ଓଡିଶାକୁ ପସିଲା କି ଓମିକ୍ରନ୍ ? ନାଇଜେରିଆ ଫେରନ୍ତା କୋଭିଡ୍ ପଜିଟିଭ୍
ଓଡିଶାକୁ ପସିଲା କି ଓମିକ୍ରନ୍ ? କଟକରେ ଜଣେ ନାଇଜେରିଆ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା କଟକ ସିଡିଏମ୍ଓ ସୂଚନା ଦେଇଛନ୍ତି । ଏହା ପରେ ରାଜ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।
ଭୁବନେଶ୍ୱର: ଓଡିଶାକୁ ପସିଲା କି ଓମିକ୍ରନ୍ ? କଟକରେ ଜଣେ ନାଇଜେରିଆ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଥିବା କଟକ ସିଡିଏମ୍ଓ ସୂଚନା ଦେଇଛନ୍ତି । ଏହା ପରେ ରାଜ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ୩-୪ ଦିନ ତଳେ ବ୍ୟକ୍ତି ଜଣଙ୍କ ନାଇଜେରିଆରୁ ଜଗତସିଂହପୁର, ପରେ କଟକ ଆସିଥିଲେ । ତେବେ ବିଦେଶ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜେନମ୍ ସିକ୍ବେନ୍ସିଂ ପାଇଁ ନମୁନା ପଠାଯାଇଛି । ଜେନମ୍ ସିକ୍ବେନ୍ସିଂ ପରେ ସ୍ପଷ୍ଟ ହେବ ଯେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ
ବର୍ତ୍ତମାନ କରୋନା ସଂକ୍ରମିତ ଜଣଙ୍କ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଇସୋଲେସନରେ ଅଛନ୍ତି । ଏ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ନାଇଜେରିଆ ଫେରନ୍ତାଙ୍କଠାରୁ ୫ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳୁଛି ।












Click it and Unblock the Notifications