ଆମେରିକାରେ ରୁହନ୍ତି ଓଡିଶାର ଚିହ୍ନଟ ହୋଇଥିବା ନୂଆ ଭାରିଏଣ୍ଟ ଆକ୍ରାନ୍ତ
ଓଡ଼ିଶାରେ ଗତକାଲି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । କୋଭିଡ-19 ଓମିକ୍ରନର ସବ୍ ଭାରିଏଣ୍ଟ ବିଏଫ୍. ୭ ଓଡ଼ିଶାରେ ଚିହ୍ନଟ ହୋଇଛି । ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗୁଜରାଟରେ ୨ ଜଣ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର: ଚିନ୍ତା ବଢାଇଛି ଚୀନ ଭାରିଏଣ୍ଟ । ଓଡ଼ିଶାରେ ଗତକାଲି ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି । କୋଭିଡ-19 ଓମିକ୍ରନର ସବ୍ ଭାରିଏଣ୍ଟ ବିଏଫ୍. ୭ ଓଡ଼ିଶାରେ ଚିହ୍ନଟ ହୋଇଛି । ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଗୁଜରାଟରେ ୨ ଜଣ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସୂଚନା ଦେଇଛି । ତେବେ ବିଏଫ୍.୭ ଭାରିଏଣ୍ଟ କିଛି ଦିନ ହେଲା ଚୀନ୍ରେ ଆତଙ୍କ ସୃଷ୍ଟି କରୁଛି ।

ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା। ସେପ୍ଟେମ୍ବର ୩୦ରେ ତାଙ୍କର ସାମ୍ପଲ ଟେଷ୍ଟ ହୋଇଥିଲା। ପରେ ଜିନୋମ୍ ସିକ୍ୟୁଏନ୍ସିଂ ହୋଇଥିଲା। ଜିନୋମ୍ ସିକ୍ୟୁଏନ୍ସିଂ ପରେ ତାହା BF.7 ଭାରିଏଣ୍ଟ ବୋଲି ଚିହ୍ନଟ ହୋଇଥିଲା।
ଟେଷ୍ଟିଂ ସମୟରେ ମହିଳାଙ୍କ ଠାରେ କୌଣସି ଲକ୍ଷଣ ନଥିଲା । ତେବେ ସମ୍ପୃକ୍ତ ମହିଳା ଏବଂ ତାଙ୍କ ପରିବାର ଗତ ଅକ୍ଟୋବର ମାସରୁ ଆମେରିକାକୁ ଚାଲି ଗଲେଣି। ଯିବା ପୂର୍ବରୁ ସେ ପରୀକ୍ଷା ବି କରାଇଥିଲେ। ଭାରତରୁ ଯିବା ପରଠୁ ତାଙ୍କ ପାଖରେ ଆଉ କୌଣସି ଲକ୍ଷଣ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏଥିସହ ୩ ମାସ ମଧ୍ୟରେ ଆଉ କୌଣସି BF.7 ଭାରିଏଣ୍ଟ ଚିହ୍ନଟ ହୋଇନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର ଗତ ମାସରେ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ହଟାଇ ଦେଇଥିଲେ । ମାତ୍ର ଚୀନ ସମେତ ବିଶ୍ୱର କିଛି ରାଷ୍ଟ୍ରରେ କରୋନାର ଭୟାବହ ପରିସ୍ଥିତି ସୃଷ୍ଟି ହେବା ଓ ଓଡ଼ିଶାରେ କୋଭିଡର ନୂଆ ଭାରିଏଣ୍ଟ ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ତେବେ ଚୀନ୍ ଭାରିଆଣ୍ଟକୁ ନେଇ କୌଣସି ଭୟଭୀତ ହେବାର ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଲକ୍ଷଣ ଦେଖାଯିବା ମାତ୍ରେ ଟେଷ୍ଟିଂ ପାଇଁ ସେ ଅନୁରୋଧ କରିଛନ୍ତି । ସେପଟେ ଆସନ୍ତାକାଲି ବସିବାକୁ ଯାଉଛି ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଦିନ ୧୨ଟା ୩୦ରେ ବୈଠକ ବସିବ। ବର୍ତ୍ତମାନର ସ୍ଥିତିକୁ ନେଇ ଆବଶ୍ୟକୀୟ ପଦକ୍ଷେପ କଣ ନିଆଯିବ । ସେନେଇ ବୈଠକରେ ଆଲୋଚନା ହେବ ।












Click it and Unblock the Notifications