ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ମିଳିବ ଓମଫେଡ ଛେନାପୋଡ଼, ଖୋଲିବ ସ୍ଵତନ୍ତ୍ର ଷ୍ଟଲ୍
ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ସମ୍ମେଳନରେ ଓମ୍ଫେଡ୍ ପକ୍ଷରୁ ସ୍ବତନ୍ତ୍ର ଷ୍ଟଲ୍ ଖୋଲାଯାଇଛି। ଦେଶ ବିଦେଶରୁ ଆସିଥିବା ନିବେଶକଙ୍କୁ ଓଡ଼ିଆ ବ୍ୟଞ୍ଜନ ପରସିବାକୁ ଓମ୍ଫେଡ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ଓମ୍ଫେଡ୍ ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦେଶ କ୍ରମେ ଜନତା ମଇଦାନରେ ଖୋଲିଛି ସ୍ବତନ୍ତ୍ର ଷ୍ଟଲ୍। ଏଥିରେ ଓମ୍ଫେଡ୍ ଦ୍ବାରା ପ୍ରସ୍ତୁତ ସମସ୍ତ ସାମଗ୍ରୀ ବିକ୍ରୟ କରାଯିବ। ମୁଖ୍ୟତଃ ଓଡ଼ିଶାର ପ୍ରସିଦ୍ଧ ଛେନାପୋଡ଼ ଏହି ଷ୍ଟଲ୍ରେ ମିଳିବ। ଓମ୍ଫେଡ୍ର ମିଠାଦହି, ଛେନାପୋଡ଼, ରାବିଡ଼ି ଓ ପେଡ଼ା ଭଳି ବ୍ୟଞ୍ଜନ ବିକ୍ରୟ ହେବ। ଏଥିସହ ଶୁଦ୍ଧ ଗୋଦୁଗ୍ଧରେ ପ୍ରସ୍ତୁତ ଫ୍ଲେଭରଡ୍ କ୍ଷୀର ମିଳିବ। ଗୁଜୁରାତି ଓ କେଶର ଫ୍ଲେଭରଡ୍ ସ୍ବତନ୍ତ୍ର କ୍ଷୀର ବିକ୍ରୟ କରାଯିବ। ଉତ୍କର୍ଷ ଓଡ଼ିଶାରେ ଆସିଥିବା ବ୍ୟକ୍ତିବିଶେଷ ଓମ୍ଫେଡ୍ର ବିଭିନ୍ନ ସାମଗ୍ରୀ ପାଇବେ।












Click it and Unblock the Notifications