ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 500 କୋଟି ସହୟତା ପ୍ରଦାନ କଲା ଓଏମସି
ଓଡିଶା ଖଣି ନିଗମ ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 500 କୋଟି ଟଙ୍କା ପ୍ରଦାନ କରିଛି। ଏହା ବ୍ୟତୀତ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଏବଂ ଓଡିଶା କାଜୁ ବିକାଶ ନିଗମ ଆଜି ରାଜ୍ୟ ସରକାରଙ୍କୁ 3.76 କୋଟି ଟଙ୍କା ପ୍ରଦାନ କରିଛନ୍ତି।
ଭୁବନେଶ୍ୱର: ଓଡିଶା ଖଣି ନିଗମ ଆଜି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 500 କୋଟି ଟଙ୍କା ପ୍ରଦାନ କରିଛି। ଏହା ବ୍ୟତୀତ ଓଡିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଏବଂ ଓଡିଶା କାଜୁ ବିକାଶ ନିଗମ ଆଜି ରାଜ୍ୟ ସରକାରଙ୍କୁ 3.76 କୋଟି ଟଙ୍କା ପ୍ରଦାନ କରିଛନ୍ତି। ଭର୍ଚୁଆଲ୍ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ । ମହାମାରୀ ସମୟରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ତିନୋଟି ନିଗମକୁ ଧନ୍ୟବାଦ ଜଣାଇଛନ୍ତି।

ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ 2017-18 ବର୍ଷ ପାଇଁ 30% ନିଟ୍ ଲାଭର 3,29,76,362 ଟଙ୍କା ପ୍ରଦାନ କରିଥିବାବେଳେ କାଜୁ ଡେଭଲପମେଣ୍ଟ କର୍ପୋରେସନ୍ 2018 ବର୍ଷ ପାଇଁ 30% ନିଟ୍ ଲାଭର 46,51,200 ଟଙ୍କା ଡିଭିଡେଣ୍ଡ ପ୍ରଦାନ କରିଛି । OAIC ଚେୟାରମ୍ୟାନ୍ ଦେବଶିଷ ମହାନ୍ତି ଏବଂ ଓଏସଡିସିସି ଅଧ୍ୟକ୍ଷ ଅମରେନ୍ଦ୍ର ମହାନ୍ତି ନିଜ ନିଜ ନିଗମ ପାଇଁ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି।
ଉଲ୍ଲେଖଥାଉ କି, 1962 ମସିହାରେ ରାଜ୍ୟରେ ପ୍ରତିଷ୍ଠିତ OAIC 2015-16ମସିହାରୁ ଲାଭ କରିଆସୁଛି । ଏହା ରାଜ୍ୟରେ ଚାଷ ଯାନ୍ତ୍ରିକରଣ ମାଧ୍ୟମରେ କୃଷକଙ୍କ ସଶକ୍ତିକରଣକୁ ପ୍ରୋତ୍ସାହିତ କରୁଛି । ସେହିପରି 1979ରେ ପ୍ରତିଷ୍ଠିତ OSCDC 1995-96 ଲାଭ କରୁଛି ।
ଓଏମସି ପାଇଁ ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ 500 କୋଟି ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଓଏମସିର କାର୍ଯ୍ୟକଳାପ ଉପରେ ସୂଚନା ଦେଇ ସେ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ ଗତ ଆର୍ଥିକ ବର୍ଷରେ OMC 5.42 ପ୍ରତିଶତ ଅଭିବୃଦ୍ଧି କରିଛି । ଗତ ବର୍ଷ ମୋଟ ଖଣିଜ ଉତ୍ପାଦନ 17.12 ନିୟୁତ ଟନ୍ ଥିଲା ।
ଗତ ଆର୍ଥିକ ବର୍ଷରେ, OMC 5592 କୋଟି ଟଙ୍କାର ବିକ୍ରୟ ରାଜସ୍ୱ ହାସଲ କରିଥିଲା, ଯାହା ପୂର୍ବ ବର୍ଷ ତୁଳନାରେ 36.60 ପ୍ରତିଶତ ଅଧିକ ଥିଲା । ଆସନ୍ତା ବର୍ଷ ସୁଦ୍ଧା 1 ବିଲିୟନ ଡଲାର ରାଜସ୍ୱ ହାସଲ କରିବାକୁ OMC ଲକ୍ଷ୍ୟ ରଖିଛି । ନିଗମ ରାଜ୍ୟର ଅନେକ କଲ୍ୟାଣ କାର୍ଯ୍ୟକ୍ରମକୁ ମଧ୍ୟ ସମର୍ଥନ କରୁଛି । ଏହା ରାଜ୍ୟର 8 ଟି ଜିଲ୍ଲାର 10 ଟି ଉତ୍ସର୍ଗୀକୃତ କୋଭିଡ ଡାକ୍ତରଖାନାକୁ ଅର୍ଥ ପ୍ରଦାନ କରୁଛି ।












Click it and Unblock the Notifications