ବିଶ୍ୱ ଯୁବ ମହୋତ୍ସବରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ

ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟ'ଙ୍କୁ ଉଜବେକିସ୍ତାନର ତାସକେଣ୍ଟ୍ ଠାରେ ଜୁନ ୨୫ ତାରିଖରୁ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ଯୁବ ମହୋତ୍ସବରେ ଭାରତୀୟ ପ୍ରତିନିଧି ଦଳର ମୁଖ୍ୟ ଭାବେ ମନୋନୀତ କରାଯାଇଛି। ସେ ଭାରତ ସରକାରଙ୍କ ପ୍ରତିନିଧି ଭାବେ ବିଶ୍ୱର ପ୍ରମୁଖ ୧୫୦ ଦେଶ ସମ୍ମୁଖରେ ଭାରତର ଅର୍ଥନୀତି, ପରିବେଶ ସୁରକ୍ଷା ଓ ଯୁବ ବ୍ୟାପାର ସମ୍ବନ୍ଧୀୟ ବିଭିନ୍ନ ନୀତିକୁ ନେଇ ବିଷୟ ରଖିବା ସହ ବୈଶ୍ବିକ ସମସ୍ୟାରେ ଭାରତର ଅଭିମତକୁ ନେଇ ଚର୍ଚ୍ଚା କରିବେ। ଓମ୍ ଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧି ଦଳ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଦେଖା ହୋଇ ଭାରତର ସ୍ୱାର୍ଥ ନିହିତ ବିଷୟରେ ମଧ୍ୟ ଆଲୋଚନା କରିବାର ଅଛି।

Om Priyadarshi

ଓମ୍ କହିଛନ୍ତି, ଗତ ବର୍ଷ ଭାରତର ଜି-୨୦ ସଂଗଠନର ଅଧ୍ୟକ୍ଷତା ଏକ ସାର୍ବଜନୀନ ଏକତ୍ୱର ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ଦିଗରେ କାର୍ଯ୍ୟ କରିଛି। ଏଥର ଅନ୍ତର୍ଜାତୀୟ ସ୍ତରରେ "ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ" ଆମ ଆଲୋଚନାର ମୂଳ ଆଧାର ରହିବ।

ଏନ.ଆଇ.ଟି ରାଉରକେଲାରୁ ସ୍ନାତକୋତ୍ତର ହାସଲ କରିଥିବା ଓମ୍ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶ୍ରେଷ୍ଠ ଯୁବ ଲେଖକ ଭାବେ ସମ୍ମାନୀତ ହୋଇ ସାରିଛନ୍ତି। ଭାରତ ସରକାର ତାଙ୍କ ଉପରେ ବିଶ୍ବାସ ରଖି ଏହି ପ୍ରମୁଖ ଦାୟିତ୍ୱ ଦେଇ ଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଜଣେ ଉଚ୍ଚଶିକ୍ଷିତ ଯୁବନେତା ଭାବେ ପରିଚିତ ଥିବା ଓମ୍ ଙ୍କୁ ଆନ୍ତର୍ଜାତୀୟ ସ୍ତରରେ ନେତୃତ୍ୱ ମିଳିଥିବାରୁ ସାରା ରାଜ୍ୟରେ ଖୁସିର ମାହୋଲ ଖେଳି ଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+