ଉନ୍ମୋଚିତ ହେଲା ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନିତ ଓମ୍ ପ୍ରିୟଦର୍ଶୀଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ"

ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ଯୁବ ଲେଖକ ପୁରସ୍କାର ପ୍ରାପ୍ତ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ" ବିଶ୍ଵ ପୁସ୍ତକ ମେଳା, ନୂଆଦିଲ୍ଲୀ ଉଦଘାଟନୀ ସମାରୋହରେ ଉନ୍ମୋଚିତ ହୋଇଯାଇଛି।

pike

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରେଷ୍ଠ ଯୁବ ଲେଖକ ପୁରସ୍କାର ପ୍ରାପ୍ତ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ପୁସ୍ତକ "ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ" ବିଶ୍ଵ ପୁସ୍ତକ ମେଳା, ନୂଆଦିଲ୍ଲୀ ଉଦଘାଟନୀ ସମାରୋହରେ ଉନ୍ମୋଚିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ଵାରା ପ୍ରାୟୋଜିତ ଏବଂ ଭାରତ ସରକାରଙ୍କ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ ଦ୍ୱାରା ପ୍ରକାଶିତ ଏହି ପୁସ୍ତକଟି କେନ୍ଦ୍ର ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଜ୍ୟ ମନ୍ତ୍ରୀ ଡ଼ ରାଜକୁମାର ରଞ୍ଜନ, ଫ୍ରାନ୍ସ ରାଜଦୂତ ଏମାନୁଏଲ ଲେନିନ, ନୋବେଲ ପୁରସ୍କାର ବିଜୟିନୀ ଏନି ଏନୋକ୍ଶ ଏବଂ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସର ନିର୍ଦ୍ଦେଶକ ଯୁବରାଜ ମଲ୍ଲିକଙ୍କ କରକମଳରେ ଲୋକାର୍ପିତ ହୋଇଥିଲା।

'ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ', ଓଡ଼ିଶା ରାଜନୀତିରେ ପାଇକଙ୍କ ଆଧିପତ୍ୟ, ତତ୍କାଳୀନ ଗଜପତି ରାଜବଂଶର ଆଭିମୁଖ୍ୟ, ଭାରତର 'ଶେଷ ସ୍ୱାଧୀନ ଦୁର୍ଗ' ଖୋର୍ଦ୍ଧା ଆକ୍ରମଣ, ଶ୍ରୀମନ୍ଦିର ପରିଚାଳନା, ତତ୍କାଳୀନ ଓଡ଼ିଆ ସାମାଜିକ ଜୀବନ, ମରହଟ୍ଟାଙ୍କ ଉତ୍ଥାନ ଓ ପତନ, ଫିରିଙ୍ଗି ତନ୍ତ୍ରର ଅତ୍ୟାଚାର, ଭାରତର ପ୍ରଥମ ସହୀଦ ଜୟୀ ରାଜଗୁରୁ, ସେନାପତି ବକ୍ସି ଜଗବନ୍ଧୁ, ଦଳ ବେହେରା ମାଧବ ଚନ୍ଦ୍ର ରାଉତରାୟ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟ୍ଟଶାଣୀ ଆଦି ମହାନ ଯୋଦ୍ଧାଙ୍କ ବୀରତ୍ବ ଗାଥା ବର୍ଣିତ ଏକ ଐତିହାସିକ କଥାସାହିତ୍ୟ ଅଟେ।

ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ୭୫ ଜଣ ଶ୍ରେଷ୍ଠ ଯୁବ ଲେଖକଙ୍କୁ ଚୟନ କରି ସେମାନଙ୍କୁ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ଅନାଦୃତ ମୁକ୍ତିଯୋଦ୍ଧାଙ୍କ ବିଷୟରେ ପୁସ୍ତକ ରଚନା କରିବାକୁ ଦାୟିତ୍ୱ ଦେଇଥିଲେ। ଓମ୍ ଜଣେ ପାଇକ ବଂଶଧର ଭାବେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ଆନ୍ଦୋଳନ ସମ୍ବନ୍ଧରେ ପୁସ୍ତକ ଲେଖିବାର ନିଷ୍ପତି ନେଇଥିଲେ। ଦୀର୍ଘ ଏକ ବର୍ଷର ବିସ୍ତୃତ ଗବେଷଣା ପରେ ଆଜି ପୁସ୍ତକଟି ଭାରତ ସରକାରଙ୍କ ଦ୍ୱାରା ବିଶ୍ୱ ପୁସ୍ତକ ମେଳାରେ ପ୍ରକାଶିତ ହୋଇଥିବାରୁ ସେ ଖୁବ ଆନନ୍ଦିତ ବୋଲି କହିଛନ୍ତି। ପାଇକମାନଙ୍କୁ ସେମାନଙ୍କ ହୃତ ବୈଭବ ଫେରିପାଇବାରେ ସହଯୋଗ କରିଥିବାରୁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ପୁସ୍ତକ ସମ୍ପୂର୍ଣ୍ଣ କରିବାରେ ତାଙ୍କୁ ସହାୟକ ହୋଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ନିକଟରେ ଚିର କୃତଜ୍ଞତା ଜ୍ଞାପନ କରିଛନ୍ତି। ପୁସ୍ତକଟି ଖୁବଶୀଘ୍ର ଭାରତ ସରକାରଙ୍କ ୱେବ ସାଇଟ, ଆମାଜନ, ଫ୍ଲିପକାର୍ଟ ଆଦି ଅନଲାଇନ ଷ୍ଟୋର ଏବଂ ବହି ଦୋକାନରେ ଉପଲବ୍ଧ ହେବ ବୋଲି ଓମ୍ ଜଣାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+