Get Updates
Get notified of breaking news, exclusive insights, and must-see stories!

OM Birla: ଦିନିକିଆ ଓଡିଶା ଗସ୍ତରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା

ଦିନିକିଆ ଓଡିଶା ଗସ୍ତରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ କହିଛନ୍ତି ଓଡ଼ିଶାର ମାଟି ଜଗନ୍ନାଥଙ୍କ ମାଟି । ଓଡ଼ିଶାର ମାଟି ଆଧ୍ୟାତ୍ମିକ, ଧାର୍ମିକ, ସଂସ୍କୃତି ଏବଂ ବୀର ଯୋଦ୍ଧାଙ୍କ ମାଟି । ଭାରତୀୟ ଯୁବକଙ୍କ ରାଷ୍ଟ୍ର ଗଠନରେ ଯେଉଁ ଯୋଗଦାନ ରହିଛି ସେ ନେଇ ଆଲୋଚନା ହେବ ।

ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ଓଡ଼ିଶା ଗସ୍ତରେ ଆସି ରବିବାର ରାଜଭବନରେ ପହଞ୍ଚିଛନ୍ତି। ଏଠାରେ ସେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଓମ୍‌ ବିର୍ଲାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

ଭାରତକୁ ବିକଶିତ ରାଷ୍ଟ୍ର କରିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଏହି ଗସ୍ତ ସମୟରେ ଓମ ବିର୍ଲା ଭୁବନେଶ୍ୱରରେ କିଛି ଲୋକପ୍ରତିନିଧିଙ୍କ ସହ ଭେଟିବା ସହ କିଟ୍ ସ୍କୁଲ ଅଫ୍ ପବ୍ଲିକ ପଲିସିର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

OM Birla

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ି, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଇକ୍ୱେଡରର ପ୍ରାକ୍ତନ ଉପରାଷ୍ଟ୍ରପତି ଓଟୋ ରାମନ, ବିଶିଷ୍ଟ ବଲିଉଡ୍‍ ନିର୍ଦ୍ଦେଶକ ତଥା ଅଭିନେତା ଡା. ଚନ୍ଦ୍ରପ୍ରକାଶ ଦ୍ୱିବେଦୀ, ଆସିଡବ୍ଲୁଏର ଅତିରିକ୍ତ ସଚିବ ନୂତନ କପୁର ମହାୱାର, ୟୁଏନ୍‍ ରେସିଡେଣ୍ଟ ସଂଯୋଜକ ଶୋମ୍ବି ସାର୍ପ, ଇଟାଲିସ୍ଥିତ ୟୁଏନ୍‍ଏସ୍‍ଏସ୍‍ସି ନିର୍ଦ୍ଦେଶକ ଡ. ଜାଫର ଯାଭନ, ନୂଆଦିଲ୍ଲୀସ୍ଥିତ ଏସିଆ ସୋସାଇଟି ପଲିସି ଇନ୍‍ଷ୍ଟିଚ୍ୟୁଟ୍‍ର ନିର୍ଦ୍ଦେଶକ ଅକ୍ଷୟ ମାଥୁର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+