10 କୋଟି ପାର୍ କଲା 'ବୋଉ ବୁଟୁ ଭୂତ; ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଲେ ବାବୁସାନ୍

ବୋଉ ବୁଟୁ ଭୁତ' କ୍ରେଜ ବଢିବାରେ ଲାଗିଛି । ଜୁନ ୧୩ ରେ ରିଲିଜ କରିିଥିବା ଏହି ଫିଲ୍ମ ଲୋକଙ୍କ ମନ ଜିତୁଥିବା ବେଳେ ଦିନକୁ ଦିନ ଶୋ' ହାଉସଫୁଲ ରହିଛି ।

ଫିଲ୍ମକୁ ନେଇ ଲୋକଙ୍କ ପ୍ରତିକ୍ରିୟା ମଧ୍ୟ ଭଲ ମିଳୁଛି । ଏହିପରି ଫିଲ୍ମ ଭଲ ରୋଜଗାର ମଧ୍ୟ କରିଛି । ରିଲିଜର ୧୧ ଦିନ ମଧ୍ୟରେ ୧୦ କୋଟି ପାର୍ କରିଛି । ଏହିପରି ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ହୋଇପାରିଛି । ଯାହା ପରେ ବାବୁସାନ୍ ଫ୍ୟାନ୍ସଙ୍କୁ ଭେଟି ଦେଇଛନ୍ତି । ଫିଲ୍ମର ଟ୍ରେଲର ୨ ରିଲିଜ କରିଛନ୍ତି । ଏଥିସହ ବାବୁସାନ ଏକ ଭିଡିଓ ବାର୍ତ୍ତା ଜରିଆରେ ଫିଲ୍ମର ସଫଳତା ନେଇ ଖୁସିବ୍ୟକ୍ତ କରିଛନ୍ତି ଏବଂ ଓଡ଼ିଶାବାସୀଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ।

Ollywood Star Babushaan Mohanty

ବୋଉ ବୁଟୁ ଭୁତ' କଲେକ୍ସନ

ନିର୍ମାତାଙ୍କ ଅନୁଯାୟୀ 'ବୋଉ ବୁଟୁ ଭୁତ' 51.2 ଲକ୍ଷ ସହ ଓପନିଂ କରିଥିଲା । ଏହିପରି ଦ୍ୱିତୀୟ ଦିନ 41.3 ଳକ୍ଷ ଆୟ କରିଥିବା ବେଳେ 3ୟ ଦିନ, 4ର୍ଥ ଦିନ ଓ 5ମ ଦିନ କୋଟି କୋଟି ଟଙ୍କା କଲେକ୍ସନ କରିଥିଲା । ଯଥାକ୍ରମେ 3ୟ ଦିନରେ 1.17 କୋଟି, 4ର୍ଥ ଦିନରେ 1.53 କୋଟି ଓ 5ମ ଦିନରେ 1.14 କୋଟି ରୋଜଗାର କରିଥିଲା । ସେହିପରି ଏକ ସପ୍ତାହକ ମଧ୍ୟରେ ଫିଲ୍ମ 7.15 କୋଟି ଆୟ କରିପାରିଥିଲା । ବର୍ତ୍ତମାନ ଫିଲ୍ମ ରିଲିଜର 11 ଦିନ ବିତିଥିବା ବେଳେ 10 କୋଟି ପାର୍ କରିଛି । 11ତମ ଦିନ ମଧ୍ୟରେ ଫିଲ୍ମ 10.36 କୋଚି ଆୟ କରି ଇତିହାସ ରଚିଛି । ଏହିପରି ସର୍ବାଧିକ ଆୟ କରିଥିବା ପ୍ରଥମ ଓଡ଼ିଆ ଫିଲ୍ମ ବନିପାରିବା ସହ ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ଏକ ନୂଆ ଆଶା ସୃଷ୍ଟି କରିଛି ।

ନିର୍ମାତା ଟ୍ରେଲର ୟୁଟ୍ୟବରେ ସେୟାର କରିଛନ୍ତି । ଏହି 2 ମିନିଟର ଟ୍ରେଲରରେ ବାବୁସାନଙ୍କୁ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ଅନେକ ଜିନିଷର ଖୁଲାସା ହୋଇଥିବା ବେଳେ ଏହାର ସାଉଣ୍ଡ ଏବଂ ଭିଜୁଆଲ ଲୋକଙ୍କ ହୋସ୍ ଉଡାଇଦେଇଛି । ଟ୍ରେଲର ଆରମ୍ଭରେ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିଥିବା ବେଳେ ବାବୁସାନ ଉଡୁଥିବାର ନଜର ଆସିଛନ୍ତି । ଏହାପରେ ଅପରାଜିତାଙ୍କ ସ୍ୱର ଶୁଣିବାକୁ ମିଳେ ସବୁ ଭୁଲିଯା । ସମସ୍ତଙ୍କୁ କ୍ଷମା କରିଦେ । ଏହି ସମୟରେ ବାବୁସାନ ଭିନ୍ନ ଲୁକରେ ହସନ୍ତି । ତାଙ୍କୁ ଭୟଙ୍କର ରୂପ ବେଶ ଆଶ୍ଚର୍ଯ୍ୟଜନକ ରହିଛି । ତେବେ ଏହା ବେଶ ଭୟଙ୍କର ରହିଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିଛନ୍ତି । ଏହା ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରୁଛି । ବକ୍ସ ଅଫ୍ ଡାଇସ୍ ରେକର୍ଡ ଭାଙ୍ଗି ଚୁରମାର କରୁଛି । ଏଠାରେ ଆପଣଙ୍କୁ 'ବୋଉ ବଟୁ ଭୁତ ଟ୍ରେଲର 2.0' ପ୍ରଦାନ କରାଯାଉଛି । ଶୀଘ୍ର ଆପଣଙ୍କର ଟିକେଟ୍ ପାଆନ୍ତୁ । ଏକ ସିନେମା ଯାତ୍ରା ଯାହାକୁ ଆପଣ ଏଥର ବଡ଼ ପରଦାରେ ହରାଇ ପାରିବେ ନାହିଁ ।'

ଓଡ଼ିଶାବାସୀଙ୍କୁ ଶ୍ରେୟ ଦେଲେ ବାବୁସାନ୍

ଏହି ସଫଳତା ପରେ ବାବୁସାନ୍ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଓଡ଼ିଶାବାସୀଙ୍କୁ ସଫଳତାର ଶ୍ରେୟ ଦେଇ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ''ମୁଁ ସମଗ୍ର ଓଡ଼ିଶାବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି । ଆମ ଫିଲ୍ମ 'ବୋଉ ବୁଟୁ ଭୂତ'କୁ ଏକ ଐତିହାସିକ ମାଇଲଷ୍ଟୋନରେ ପହଞ୍ଚାଇଥିବା ପାଇଁ । ମାତ୍ର 11 ଦିନରେ ଆମ ଫିଲ୍ମ 10 କୋଟି ପାର୍ କରିଛି । ଯାହା ଗୋଟିଏ ଓଡ଼ିଆ ଫିଲ୍ମ ପାଇଁ ବହୁତ ବଡ଼ ଶଫଳତା । ଏଇଟା କେବଳ ଆମ ପାଇଁ ନୁହେଁ ଫିଲ୍ମ ଇଣ୍ଡଷ୍ଟ୍ରି ଓ ଓଡ଼ିଶା ପାଇଁ ବହୁତ ବଡ଼ ସଫଳତା । ନୂଆ ଫିଲ୍ମ ନିର୍ମାତା, ନୂଆ ନିର୍ଦ୍ଦେଶକ, ଯୁବ କଳାକାରଙ୍କ ପାଇଁ ଓ ନୂଆ ପ୍ରଯୋଜକଙ୍କ ପାଇଁ ଭଲ ସିନେମା ନିର୍ମାଣ କରିବା ପାଇଁ ଏକ ନୂଆ ଆଶା ଉଜାଗର କରିଛି । ମୁଁଆମ ଫିଲ୍ମକୁ ଏତେ ମାତ୍ରାରେ ଭଲପାଇବା ଦେଇଥିବାରୁ ସମଗ୍ର ଓଡ଼ିଶାବାସୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି । ଆଗକୁ ଆହୁରି ଭଲ ଭଲ ଫିଲ୍ମ ଆମ ପ୍ରଡକ୍ସନ ହାଉସ ନିର୍ମାଣ କରିବ ବୋଲି ମୁଁ ପ୍ରତିଶୃତି ଦେଉଛି । ଆଗକୁ ରଥଯାତ୍ରା ଆସୁଛି ସମସ୍ତଙ୍କୁ ରଥଯାତ୍ରାର ଅନେକ ଅନେକ ଶୁଭେଚ୍ଛା । 'ବୋଉ ବୁଟୁ ଭୂତ'ଯେଉଁମାନେ ଦେଖିନାହାନ୍ତି ଯଥାଶୀଘ୍ର ଟିକେଟ ବୁକ କରନ୍ତୁ ଏବଂ ଫିଲ୍ମକୁ ଉପଭୋଗ କରନ୍ତୁ । ଏମିତି ଆହୁରି ଭଲପାଇବା ଓ ଆଶୀର୍ବାଦ ଦିଅନ୍ତୁ ।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+