ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ, ବିବାହର ପ୍ରଲ୍ଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ
ଭୁବେନେଶ୍ୱର: ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ । ଲଭ୍, ସେକ୍ସ ଏବୟ ଧୋକା ପରି ଅଭିଯୋଗରେ ତାଙ୍କୁ ଗିରଫ କରିଛି ନୂୟାପଲ୍ଲୀ ଥାନା ପୋଲିସ । ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା । ସେହିପରି ଯୁବତୀ ଜଣକ ଅଭିଯୋଗ କରିଛନ୍ତି ଯେ, ଦେବେଶ ତାଙ୍କ ଠାରୁ ଟଙ୍କା ମଧ୍ୟ ଠିକି ନେଇଛନ୍ତି ।
ସୂଚନାଅନୁସାରେ, ଭଦ୍ରକର ଜଣେ ଯୁବତୀ ଦୁଷ୍କର୍ମ, ଗର୍ଭପାତ ଏବଂ ଟାଙ୍କା ଲୁଟିବା ପରି ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ତାଙ୍କୁ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଓଲିଉଡରେ ଏହି ଜଣାସୁଣା କଣ୍ଠଶିଳ୍ପୀ । ଯୁବତୀଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀ ପୋଲିସ ଦେବେଶ ପତିଙ୍କୁ ଗିରଫ କରିଛି ଏବଂ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଖବର ଏବା ମଧ୍ୟ ରହିଛି ଯେ, ତାଙ୍କର ଜାମିନ୍ ମଧ୍ୟ ଖାରଜ କରାଯାଇଛି ଏବଂ ଦେବେଳଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଦେବେଶଙ୍କ ବିରୋଧରେ ଦୁଷ୍କର୍ମ, ଠକେଇ, ବିନା ସହମତିରେ ଗର୍ଭପାତ, ଆଶ୍ଳୀଳ ଭାଷାରେ ଗାଳି କରିବା ପରି ମାମଲା ରୁଜୁ ହୋଇଛି ।

ସୂଚନାଥାଉ ଯେ, କଣ୍ଠଶିଳ୍ପୀ ଦେବେଶ ପତିଙ୍କ ଘର ଯାଜପୁରରେ । ସେ ଭୁବନେଶ୍ୱର ନୟାପଲ୍ଲୀ ରହୁଥିଲେ । ଫୋନରୁ ଉଭୟଙ୍କ ପ୍ରେମ ଆରମ୍ଭ ହୋଇଥିଲା । ଦେବେଶ ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରକ ସମ୍ପର୍କ ରଖିଥିଲେ ଏବଂ ତାଙ୍କଠୁ ୫ ଲକ୍ଷ ଟଙ୍କା ମଧ୍ୟ ନେଇଥିବା ଅଭିଯୋଗ ହୋଇଛି ।
ହେଲେ ପରବର୍ତ୍ତି ସମୟରେ ଯୁବତୀ ଜଣକ ଜାଣିବା ପାଇଁ ପାଇଥିଲେ ଯେ, ଦେବେଶ ଆଉ ଜଣେ ଯୁବତୀଙ୍କ ମଧ୍ୟ ପ୍ରେମ ସମ୍ପର୍କରେ ଅଛନ୍ତି । ଯୁବତୀ ଜଣକ ବିବାହ କରିବା ପାଇଁ ଜିଦ୍ କରିବାରୁ ଦେବେଶ ତାଙ୍କ ଅନ୍ତରଙ୍ଗ ଫଟୋ, ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ଯାହା ପରେ ଯୁବତୀ ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ଯାହା ପରେ ନୟାପଲ୍ଲୀ ପୋଲିସ ଦେବେଶଙ୍କୁ ଯାଜପୁରରୁ ଗିରଫ କରିଛି ।












Click it and Unblock the Notifications