ଓଲିଉଡ଼ କଳିର କେବେ ହେବ ସମାଧାନ ? ମନୋଜଙ୍କ ସପକ୍ଷରେ ବାହରିଲେ ପଶ୍ଚିମ ଓଡ଼ିଶା ନେତା
ଓଲିଉଡ଼ କଳିର କେବେ ହେବ ସମାଧାନ ? ଅରିନ୍ଦମ ଓ ମନୋଜଙ୍କ ଭିତରେ ଲାଗିଥିବା କେବେ ହେବ ସମାଧାନ ? କାହିଁକି ଏହାର ସମାଧାନ ହେଉ ନାହିଁ । ଆଉ କଳିରୁ ଏବେ କୋଶଳ ଆନ୍ଦୋଳନ ବୋଲି ଚର୍ଚ୍ଚା ହେଉଛି ।
ଓଲିଉଡ୍ କଳି ସମାଧାନ ଆଜି ଓଏଫ୍ଡିସିରେ ବୈଠକ ହୋଇଥିଲା । ଆଉ ସେହି ବୈଠକ ପରେ ଓଏଫ୍ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ,'ଆଲୋଚନା ପାଇଁ ଡାକିଥିଲି; ଅରିନ୍ଦମ, ଶ୍ରୀତମ, ଟୁଟୁ ନାୟକ ଆସିଥିଲେ । ହେଲେ ମନୋଜଙ୍କୁ ବାରମ୍ବାର ଫୋନ୍ କରିଥିଲେ ବି ସେ ଫୋନ୍ ଉଠାଇଲେନି।
ସେପଟେ ମନୋଜ ମିଶ୍ରଙ୍କୁ ପଶ୍ଚିମ ଓଡ଼ିଶା ନେତାଙ୍କ ସମର୍ଥନ ବଢ଼ିବାରେ ଲାଗିଛି । ମନୋଜଙ୍କ ଉପରୁ ତୁରନ୍ତ ବ୍ୟାନ ପ୍ରତ୍ୟାହାର ଦାବି କଲେ ସାଲୁଜା । ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି । ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ପ୍ରାଥମିକତା ଦିଅନ୍ତୁ ବୋଲି ସାଲୁଜା କହିଛନ୍ତି ।
ମହାକୋଶଳ ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ମୁକେଶ ମହାଲିଙ୍ଗ । ଏହି ଇସ୍ୟୁରେ ଆମେ ପଶ୍ଚିମ ଓଡ଼ିଶାବାସୀଙ୍କ ସହ ଅଛୁ ବୋଲି ସେ କହିଛନ୍ତି । ବିବାଦକୁ ଦୁର୍ଭାଗ୍ୟଜନକ କହିଲେ ସାଂସଦ ସଙ୍ଗୀତା ସିଂହଦେଓ ।
ମନୋଜ ମିଶ୍ରଙ୍କ ସମର୍ଥନରେ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜଣେ କଳାକାରଙ୍କୁ ଯେଭଳି ଅପମାନ କରାଗଲା ତାହା ନିନ୍ଦନୀୟ । ବ୍ୟାନ୍ ପୂର୍ବରୁ ମନୋଜଙ୍କୁ କାରଣ ଦର୍ଶାଯାଇଥିଲା କି ?'

ରାଜ୍ୟ ସରକାର କେବଳ ଗୁମାସ୍ତାଙ୍କୁ ଧରି ବୟାନବାଜି କରୁଛନ୍ତି ।
ସମାଧାନ ପାଇଁ ନୁହେଁ, ଖସି ପଳାଇବାକୁ ଦରାଣ୍ଡି ହେଉଛନ୍ତି ବୋଲି ସେ କହିଛନ୍ତି । ତୁରନ୍ତ ମନୋଜଙ୍କ ଉପରୁ ବ୍ୟାନ୍ ପ୍ରତ୍ୟାହର କର ବୋଲି ସେ କହିଛନ୍ତି । ପଶ୍ଚିମ ଓଡ଼ିଶା ଭାଷା ଓ କଳାକାରଙ୍କ ପ୍ରତି ଟିପ୍ପଣୀ ପାଇଁ କ୍ଷମା ମାଗ ବୋଲି ସେ କହିଛନ୍ତି ।
ନରସିଂହଙ୍କୁ କାଉଣ୍ଟର କଲେ ବିଜେଡି ନେତା କଳିକେଶ ସିଂହଦେଓ କହିଛନ୍ତି, ରାଜନୈତିକ ବୟାନବାଜି ଦେଇ ଆଉ ବିବାଦ କରନ୍ତୁନି ।
ବିଧାୟକ କେତେ ଥର ପଶ୍ଚିମ ଓଡ଼ିଶା ଅବହେଳା କଥା ଉଠାଇଛନ୍ତି ?
ନିର୍ବାଚନ ଆସୁଥିବାରୁ ପଶ୍ଚିମ ଓଡ଼ିଶା ଭାବାବେଗକୁ ଇସ୍ୟୁ କରୁଛନ୍ତି ବୋଲି ସେ କହିଛନ୍ତି । ଆମେ ପଶ୍ଚିମ ଓଡ଼ିଶା କଳା, ସଂସ୍କୃତିକୁ ଭଲ ପାଉ । ହେଲେ ଏହାକୁ ନେଇ ଶସ୍ତା ରାଜନୀତି କରୁନାହୁଁ ବୋଲି କଳିକେଶ କହିଛନ୍ତି ।
ବାସନ୍ଦକୁ ତୀବ୍ର ବିରୋଧ କରିଥିଲେ ରେଙ୍ଗାଲି ବିଧାୟକ ନାଉରୀ ନାଏକ । ମନୋଜଙ୍କ ଉପରୁ ତୁରନ୍ତ ବାସନ୍ଦ ଉଠାଇବାକୁ ଦାବି । ପଶ୍ଚିମ ଓଡ଼ିଶା ପ୍ରତି ଉପକୂଳ ଅଞ୍ଚଳର ମନୋଭାବ ସ୍ପଷ୍ଟ ବାରି ହେଉଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କୁନା ତ୍ରିପାଠୀ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ । ପଶ୍ଚିମ ଓଡ଼ିଶା ପ୍ରତି ଆନ୍ତରିକତା ଅଛି, ତୁରନ୍ତ ବାସନ୍ଦ ଉଠାନ୍ତୁ । ମନୋଜ ମିଶ୍ରଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ।
ମନୋଜଙ୍କ ସପକ୍ଷରେ ବାହାରିଲା କୋଶଲ ସେନା । ଅଭିନେତା ଅନୁଭବ ମହାନ୍ତିଙ୍କ ମନ୍ତବ୍ୟଙ୍କୁ ବିରୋଧ କରି ବରଗଡ ସ୍ଥିତ ଗାନ୍ଧୀଛକ ଠାରେ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛି କୋଶଲ ସେନା । ଅଭିନେତା ମନୋଜ ମିଶ୍ରଙ୍କୁ ଅନୁଭବ କ୍ଷମା ମାଗନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।
ସୂଚନା ଯୋଗ୍ୟ, ଓଡ଼ିଆ ଫିଲ୍ମ ରାମ୍ର ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ମନୋଜଙ୍କ ବିବାଦ ରହିଥିଲା । ଗୋଟିଏ ପକ୍ଷରେ ଅଭିଯୋଗ ହେଲା ମନୋଜ ମିଶ୍ରଙ୍କ ପ୍ରଶଂସକ କହି, ଜିତୁ ମଙ୍ଗରାଜଙ୍କ ଅଭିନୀତ ରାମକୁ ବ୍ୟାନ କରିବାକୁ ଏକ ଭିଡିଓ ବୁଲୁଥିଲା । ସମ୍ବଲପୁରରେ କୁଆଡେ ହଲରେ ରାମ୍ ଫିଲ୍ମକୁ ଚାଲିବାକୁ ଦିଆଗଲାନି । ଆଉ ପରେ କିଛି ପ୍ରଯୋଜକ ଏକାଠି ହୋଇ ମନୋଜ ମିଶ୍ରଙ୍କୁ ଏଥିପାଇଁ ଦାୟୀ କରି ତାଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ବ୍ୟାନ୍ କରିଥିଲେ । ଏହାକୁ ନେଇ ମନୋଜ ମିଶ୍ର ନିଜର ପ୍ରତିକ୍ରିୟା ରଖିଥିଲେ । ସେ ଟୁଟୁନାୟକଙ୍କୁ ଟର୍ଗେଟ୍ କରି କହିଥିଲେ, ମୁଁ ତାଙ୍କୁ ବ୍ୟାନ୍ କଲି।
-
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ପଶ୍ଚିମ ଏସିଆ ଅସ୍ଥିରତା ମଧ୍ୟରେ ସରକାର ରାଜ୍ୟଗୁଡ଼ିକୁ ଦିଆଯାଇଛି 40,000 କିଲୋଲିଟର ଅତିରିକ୍ତ କିରୋସିନି -
ରାଷ୍ଟ୍ରପତିଙ୍କୁ ଅପମାନ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଇରାନକୁ ଗୋଟିଏ ଘଣ୍ଟା ମଧ୍ୟରେ ଧ୍ୱଂସ କରିଦେବୁ... ଡୋନାଲ୍ଡ ଟ୍ରମ୍ପ ! -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା












Click it and Unblock the Notifications