ତୁଟୁନି ଓଲିଉଡ଼ କଳି: ମନୋଜଙ୍କ ଉପରୁ ବ୍ୟାନ୍‌ ହଟାଇବାକୁ ଦାବି, ଆସୁଛି ବିଭିନ୍ନ ପ୍ରତିକ୍ରିୟା

ପଦାରେ ଓଲିଉଡ଼ କଳି । ତୁଟୁନି ବିବାଦ । ଆଉ ଏହା ଏବେ ରାଜନୈତିକ ମହଲରେ ବି ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ପ୍ରଯୋଜକଙ୍କ ଦ୍ୱାରା ବ୍ୟାନ୍ ଘୋଷଣାକୁ ନେଇ ତେଜୁଛି ରାଜ୍ୟ ରାଜନୀତି ।

ବାସନ୍ଦକୁ ତୀବ୍ର ବିରୋଧ କରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ । ମନୋଜଙ୍କ ଉପରୁ ତୁରନ୍ତ ବାସନ୍ଦ ଉଠାଇବାକୁ ଦାବି । ପଶ୍ଚିମ ଓଡ଼ିଶା ପ୍ରତି ଉପକୂଳ ଅଞ୍ଚଳର ମନୋଭାବ ସ୍ପଷ୍ଟ ବାରି ହେଉଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, କୁନା ତ୍ରିପାଠୀ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ । ଯପଶ୍ଚିମ ଓଡ଼ିଶା ପ୍ରତି ଆନ୍ତରିକତା ଅଛି, ତୁରନ୍ତ ବାସନ୍ଦ ଉଠାନ୍ତୁ । ମନୋଜ ମିଶ୍ରଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ।

ମନୋଜଙ୍କ ସପକ୍ଷରେ ବାହାରିଲା କୋଶଲ ସେନା । ଅଭିନେତା ଅନୁଭବ ମହାନ୍ତିଙ୍କ ମନ୍ତବ୍ୟଙ୍କୁ ବିରୋଧ କରି ବରଗଡ ସ୍ଥିତ ଗାନ୍ଧୀଛକ ଠାରେ ଅନୁଭବଙ୍କ କୁଶ ପୁତ୍ତଳିକା ଦାହ କରିଛି କୋଶଲ ସେନା । ଅଭିନେତା ମନୋଜ ମିଶ୍ରଙ୍କୁ ଅନୁଭବ କ୍ଷମା ମାଗନ୍ତୁ ବୋଲି ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି ।

ସେହିପରି ଆଗଲପୁରଠାରେ ଆୟୋଜିତ ଛେଲିଆପାଟ ମହୋତ୍ସବରେ ଯୋଗଦେଇ ବିଧାୟକ ନରସିଂହ ମିଶ୍ର, ମନୋଜ ମିଶ୍ରଙ୍କୁ କରାଯାଇଥିବା ୨ ବର୍ଷର ବାସନ୍ଦକୁ ନିନ୍ଦା କରିଛନ୍ତି । ଯଦି ବାସନ୍ଦ ନଉଠିବ, ଓଡ଼ିଶା ଭାଗ ଭାଗ ହୋଇଯିବ ବୋଲି କହିଛନ୍ତି ଏହି କଂଗ୍ରେସ ବିଧାୟକ ।

ଏହାକୁ ନେଇ କୁନା ତ୍ରିପାଠୀ ଆହୁରି କହିଥିଲେ ଯେ, ' ମନୋଜ ମିଶ୍ରଙ୍କ ବିବାଦକୁ ନେଇ ଓଡିଶା ଭାଗ ଭାଗ ହେବା ଆସିଲା କେଉଁଠୁ । ମନୋଜଙ୍କ ପ୍ରତି ତାଙ୍କର ଅହେତୁକ ଭଲପାଇବା ପାଇଁ ହେଉ କିମ୍ବା ରାଜନୈତିକ ଦୃଷ୍ଟି କୋଣରୁ ହେଉ , ଭାବବିହ୍ୱଳ ହୋଇ ନରସିଂହ ମିଶ୍ର ଏଭଳି କଥା କହିଛନ୍ତି ବୋଲି ସେ କହିଥିଲେ ।

ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ପଶ୍ଚିମ ଓଡ଼ିଶାର ମନୋଜ ମିଶ୍ର ଜଣେ ବଡ଼ କଳାକାର । କଳାକାରଙ୍କର କୌଣସି ସୀମା ସରହଦ ନ ଥାଏ । ଯେଉଁମାନେ ତାଙ୍କୁ ବାସନ୍ଦ କରିଛନ୍ତି ତୁରନ୍ତ ପ୍ରତ୍ୟାହାର କରନ୍ତୁ ।

ଗତକାଲି ଅଭିନେତା ମନୋଜ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି ନିଜର କ୍ଷୋଭ ପ୍ରକାଶ କରିବା ପରେ ରବିବାର ଅଭିନେତା ଅରିନ୍ଦମଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ବିବାଦର ସମାଧାନ ପାଇଁ ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି, ଟିଭି ଖୋଲିଲେ ଏହି ବିବାଦ ଶୁଭୁଛି, ଏହା ଭଲ ଲାଗୁ ନାହିଁ । ସାନ ଭାଇ ଭାବେ ଅନୁରୋଧ କରୁଛି ଆସନ୍ତୁ ବସି ସମାଧାନ କରିବା ।

ollywood

ତେବେ କଳାକାରଙ୍କ କଳି ଭିତରେ ରାଜନୀତି ପଶିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅନ୍ୟ କଳାକାର । ଏଥିରେ ରାଜନୀତି ନ ପୂରାଇବାକୁ ଅପିଲ କରିଛନ୍ତି ବରିଷ୍ଠ ଅଭିନେତା ଅଖିଳ ପଟ୍ଟନାୟକ ।

ସୂଚନା ଯୋଗ୍ୟ, ଓଡ଼ିଆ ଫିଲ୍ମ ରାମ୍‌ର ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ମନୋଜଙ୍କ ବିବାଦ ରହିଥିଲା । ଗୋଟିଏ ପକ୍ଷରେ ଅଭିଯୋଗ ହେଲା ମନୋଜ ମିଶ୍ରଙ୍କ ପ୍ରଶଂସକ କହି, ଜିତୁ ମଙ୍ଗରାଜଙ୍କ ଅଭିନୀତ ରାମକୁ ବ୍ୟାନ କରିବାକୁ ଏକ ଭିଡିଓ ବୁଲୁଥିଲା । ସମ୍ବଲପୁରରେ କୁଆଡେ ହଲରେ ରାମ୍ ଫିଲ୍ମକୁ ଚାଲିବାକୁ ଦିଆଗଲାନି । ଆଉ ପରେ କିଛି ପ୍ରଯୋଜକ ଏକାଠି ହୋଇ ମନୋଜ ମିଶ୍ରଙ୍କୁ ଏଥିପାଇଁ ଦାୟୀ କରି ତାଙ୍କୁ ଓଡ଼ିଆ ସିନେମାରୁ ଦୁଇ ବର୍ଷ ବ୍ୟାନ୍ କରିଥିଲେ । ଏହାକୁ ନେଇ ମନୋଜ ମିଶ୍ର ନିଜର ପ୍ରତିକ୍ରିୟା ରଖିଥିଲେ ।
ସେ ଟୁଟୁନାୟକଙ୍କୁ ଟର୍ଗେଟ୍ କରି କହିଥିଲେ, ମୁଁ ତାଙ୍କୁ ବ୍ୟାନ୍ କଲି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+