ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଓ ଅଭିନେତା ରୁଦ୍ର ପାଣିଗ୍ରାହୀ
ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଏବଂ ସ୍ୱାମୀ ରୁଦ୍ର ପାଣିଗ୍ରାହୀ । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ହେଲେ ସାମିଲ୍ ।

ବାଲେଶ୍ୱର:ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ସାମଲ ଏବଂ ସ୍ୱାମୀ ରୁଦ୍ର ପାଣିଗ୍ରାହୀ । ସାଂସଦ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ହେଲେ ସାମିଲ୍ । ସେହିପିରି ଆଜି ବାଲେଶ୍ୱରରେ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଲେ । ଆଜି ବାଲେଶ୍ୱର ବିଜେପି ଅଫିସରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।
ବିଜେପିରେ ଯୋଗ ଦେଇ ବେଶ୍ ଖୁସ ଅଛନ୍ତି ଅଭିନେତ୍ରୀ ସେ କହିଛନ୍ତି, ଅଭିନେତା, ଅଭିନେତ୍ରୀଙ୍କ ବିନା ରାଜନିତୀ ଅଧୁରା ଏବଂ ସେ କୌଣସି ପ୍ରତିସୃତି ବା କମିଟମେଣ୍ଟ ନେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ନାହାଁନ୍ତି । ରାଜନୀତି ତାଙ୍କର ନିଷ୍ଠା, କର୍ତ୍ତବ୍ୟ ଏବଂ କର୍ମ ବୋଲି କହିଛନ୍ତି ଅଭିନେତ୍ରୀ । ସେହିପରି ଅଭିନେତା ରୁଦ୍ର ପାଣିଗ୍ରାହୀ କହିଛନ୍ତି, ମୁଁ ରାଜନୀତିରେ ଯୋଗ ଦେଇ ଓଡ଼ିଶା ପାଇଁ କିଛି କିରବା ପାଇଁ ଚାହୁଁଛି, ଲୋକଙ୍କ ସେବା ମଧ୍ୟ କରି ପାରିବୁ ।
ସୂଚନାଥାଉ ଯେ, ପ୍ରଥମେ ଆଲବମ୍ ଜଗତରେ ଖ୍ୟାତି ଅର୍ଜନ କରିବା ପରେ ,ସିନେମା ଓ ଟେଲିଭିଜନ ଜଗତରେ ପାଦ ଦେଇଥି ଜିନା । 'ଫେରିଆ ମୋ ସୁନାଭଉଣୀ' ଜରିଆରେ ସେ ସିନେମା ଜଗତରେ ପାଦ ଦେଇଥିଲେ । ପରେ ଅଭିନେତା ରୁଦ୍ରଙ୍କୁ ବିବାହ କରିଥିଲେ ଜିନା ।












Click it and Unblock the Notifications