ଅଲିଭ ରିଡଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ, ମାଛ ଧରା ଉପରେ କଟକଣା ଜାରି
ଅଲିଭ ରିଡ଼ଲେଙ୍କ ଅଣ୍ଡାଦାନ ଋତୁ ଆରମ୍ଭ, ମାଛ ଧରା ଉପରେ କଟକଣା ଜାରି
Olive Ridley Season: ଆଜି ଠାରୁ ଆରମ୍ଭ ମିଶନ୍ ଅଲିଭ ରିଡ଼ଲେ । ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାକୁ ପ୍ରଜନନ ପାଇଁ ଆସିବେ ବିରଳ ଅଲିଭ୍ ରିଡଲେ କଇଁଛ । କଇଁଛ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାକୁ ସୁରକ୍ଷିତ ମନେକରି ବଂଶ ବୃଦ୍ଧି କରିବାପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲି ସମୁଦ୍ର ନୀଳ ଜଳରାଶିକୁ ଅତିକ୍ରମକରି ବିରଳ ଅଲିଭ୍ ରିଡଲେ କଇଁଛ ଆସିଥାନ୍ତି । ଏହି କଇଁଛ ମାନଙ୍କର ଆଗମନକୁ ଆଖି ଆଗରେ ରଖି ଗହିରମଥାକୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ । ନଭେମ୍ବର ୧ ତାରିଖଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରାଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ଡଙ୍ଗା ଏବଂ ମାଛ ଧରିବା ଉପରେ କଟକଣା ଲଗାଯାଇଛି । କଇଁଛ ମାନଙ୍କ ସୁରକ୍ଷା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ୧୬ଟି କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଏବଂ ଅଗରନାଶିରେ ଦୁଇଟି ସ୍ଥାୟୀକ୍ୟାମ୍ପ କରାଯାଇଛି ।

ସେପଟେ ପୁରୀ ସମୁଦ୍ରରେ ମଧ୍ୟ ମାଛ ଧରା ଉପରେ ଲାଗିଲା କଟକଣା । ପୁରୀ ଜିଲ୍ଲା ବନ୍ୟପ୍ରାଣୀ ଉପଖଣ୍ତ ପକ୍ଷରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ମାରିବା ପାଇଁ ବାରଣ କରାଯାଇଛି । ଏହା ସହ କଇଁଛଙ୍କ ସୁରକ୍ଷା ପାଇଁ ସମୁଦ୍ରକୂଳରେ କଇଁଛ କୁଡିଆ ନିର୍ମାଣ କରାଯିବା ସହ ରାତ୍ରି ପେଟ୍ରୋଲିଂର ମଧ୍ୟ ବ୍ୟବସ୍ଥା କରାଯାଇଛି ।












Click it and Unblock the Notifications