୧୨ ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲେ ବୃଦ୍ଧା
ସୋନପୁର: ୧୨ ଘଣ୍ଟା ପରେ ଗଭୀର ବୋରୱେଲରୁ ଉଦ୍ଧାର ହେଲେ ବୃଦ୍ଧା । ଅଗ୍ନିଶମ ବାହିନୀ କର୍ମଚାରୀ ଏବଂ ଉଡ୍ରାଫ୍ ଟିମର ମିଳିତ ଉଦ୍ୟମରେ ୨୦ ଫୁଟ୍ ତଳୁ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇଛି । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଛି । ହେଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଏପରି ଘଟଣା ସୋନପୁର ଜିଲ୍ଲା ସଦର ବ୍ଲକ କଇଁଫୁଲ ଗାଁରେ ଘଟିଥିଲା ।
ସୂଚନା ଅନୁସାରେ, ଗତକାଲି ରାତିରେ ବୃଦ୍ଧା ଜଣ ନିଜ ବନ୍ଧୁଙ୍କ ଘରୁ ଫେରିବା ବେଳେ ଏପରି ଅଘଟଣ ଘଟିଥିଲା । ବୃଦ୍ଧା ଜଣପ ପ୍ରାୟ ୨୦ ଫୁଟ୍ ତଳକୁ ଏକ ପରିତ୍ୟକ୍ତ ବୋରୱେଲରେ ଖସି ପଡିଛନ୍ତି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚେଷ୍ଟା କରାଯାଇଥିଲା ।

ଗାତ ଭିତରକୁ ପାଇପ୍ ଯୋଗେ ଅକ୍ସିଜେନ୍ ସପ୍ଲାଏ କରାଯାଇଥିଲା । ୨ଟି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ନେଇ ସୂଚନା ରହିଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ୧୦ ଫୁଟ୍ ଦୂରତାରେ ଏକ ସମାନ୍ତର ଭାବେ ଗାତ ଖୋଳାଯାଇଥିଲା । ଅନ୍ୟପଟେ ବୃଦ୍ଧା ଜଣକ ଭିତରୁ କିଛି ଉତ୍ତର ଦେଉନଥିବାରୁ ଉଦ୍ଧାର କାର୍ଯ୍ୟରୟ ବିଳମ୍ବ ହୋଇଥିଲା ।












Click it and Unblock the Notifications