ଡିପ୍ ବୋରୱେଲରେ ଖସିପଡିଲେ ବୃଦ୍ଧା
Old Woman Falls Into An Abandoned Borewell In Subarnapur: ବନ୍ଧୁ ଖରୁ ଫେରିବା ବେଳେ ଏକ ପରିତ୍ୟକ୍ତ ବୋରୱେଲରେ ଖସି ପଡିଲେ ବୃଦ୍ଧା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରୁଛି । ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ୍ ଗାଁରେ ଘଟିଛି । ବୋରୱେଲ୍ ଭିତରେ ଫସିରହିଥିବା ବୃଦ୍ଧାଙ୍କ ବୟସ ୮୦ ବର୍ଷ ହୋଇଥିବା ନେଇ ସୂଚନା ମିଳିଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଗତକାଲି ରାତିରେ ବୃଦ୍ଧା ଜଣ ନିଜ ବନ୍ଧୁଙ୍କ ଘରୁ ଫେରିବା ବେଳେ ଏପରି ଅଘଟଣ ଘଟିଛି । ବୃଦ୍ଧା ଜଣପ ପ୍ରାୟ ୨୦ ଫୁଟ୍ ତଳକୁ ଏକ ପରିତ୍ୟକ୍ତ ବୋରୱେଲରେ ଖସି ପଡିଛନ୍ତି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଗାତ ଭିତରକୁ ପାଇପ୍ ଯୋଗେ ଅକ୍ସିଜେନ୍ ସପ୍ଲାଏ କରାଯାଉଛି । ବର୍ତ୍ତମାନ ୨ଟି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିରହିଛନ୍ତି ଏବଂ ଆଉ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ନେଇ ସୂଚନା । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ସହଯୋଗ ଯୋଗାଇ ଦିଆଯାଉଛି । ତାଙ୍କୁ ଉଦ୍ଧାର କରିବାକୁ ୧୦ ଫୁଟ୍ ଦୂରତାରେ ଏକ ସମାନ୍ତର ଭାବେ ଗାତ ଖୋଳାଯାଉଛି । ଅନ୍ୟପଟେ ବୃଦ୍ଧା ଜଣକ ଭିତରୁ କିଛି ଉତ୍ତର ଦେଉ ନାହାଁନ୍ତି । ତେବେ ଗାତ ଖୋଳିବା ବେଳେ ଯେପରି ମାଡ଼ି ଅତଡ଼଼ା ନ ଖସେ ସେନେଇ ପୁରା ଧ୍ୟାନ ଦିଆଯାଉଛି ।












Click it and Unblock the Notifications