ସେଲଫି ହେଲା କାଳ: ନଦୀକୁ ଖସିଲେ ବୃଦ୍ଧ, ୩ ଘଣ୍ଟା ପରେ ହେଲେ ଉଦ୍ଧାର
ସମ୍ବଲପୁର: ସେଲଫି ନେବା ହେଲା କାଳ । ନଦୀକୁ ଖସିଲେ ବୃଦ୍ଧ, ଅଳ୍ପକେ ବର୍ତ୍ତିଲା ଜୀବନ । ୩ ଘଣ୍ଟା ପରେ ହେଲେ ଉଦ୍ଧାର । ଆଜି ସକାଳୁ ଜଣେ ବ୍ୟକ୍ତି ମହାନଦୀକୁ ଡେଇଁ ନିଖୋଜ ଥିବା ଘଟଣା ପ୍ରକାଶ ପାଇଥିଲା ହେଲେ ଉଦ୍ଧାର ପରେ ବ୍ୟକ୍ତି ଜଣକ କହିଛନ୍ତି ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁ ନଥିଲେ ବରଂ ସେ ସେଲଫି ନେବା ସମୟରେ ନଦୀକୁ ଖସି ପଡିଥିଲେ ।

ଆଜି ସମ୍ବଲପୁର ଚାଉଁରପୁର ବ୍ରିଜ୍ ଉପରେ ଜଣେ ବ୍ୟକ୍ତି ସ୍କୁଟି ରଖି ସେଲଫି ନେବା ବେଳେ ନଦୀକୁ ଖସି ପଡିଥିଲେ । ଯାହା ପରେ ତାଙ୍କୁ ପ୍ରାୟ ୩ ଘଣ୍ଟା ଧରି ଖୋଜାଖୋଜି କରାଯିବା ପରେ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ଉଦ୍ଧାର ବ୍ୟକ୍ତି ଜଣକ ହେଲେ ସୁରେନ୍ଦ୍ର ମୋହନ ମିଶ୍ର । ସେ ସମ୍ବଲପୁର SRIT କନୋନୀରେ ରୁହନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ ବୋଲି ସୂଚନା ରହିଛି । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିଲେ ।
ଉଦ୍ଧାର ପରେ ବୃଦ୍ଧ ଜଣକ କହିଛନ୍ତି, ଗାଡ଼ି ରଖି ସେଲଫି ନେଉଥିବା ବେଳେ ଗୋଡ଼ ଖସି ଯାଇଥିଲା । ତାଙ୍କର ସ୍ନାୟୁଗତ ସମସ୍ୟା ମଧ୍ୟ ରହିଛି । ନଦୀକୁ ଖସିବା ପରେ ସେ ବଞ୍ଚିବା ଆଶା ଛାଡି ଦେଇଥିଲେ । ଜୀବନ ବଞ୍ଚାଇବା ପାଇଁ ଏକ ବଡ଼ ଘାସ ବୁଦାକୁ ଧରି
ରହି ଯାଇଥିଲେ ।












Click it and Unblock the Notifications