ପରିତ୍ୟକ୍ତ ସିଗନାଲ୍ କ୍ୟାବିନ୍ ଭଙ୍ଗା ବେଳେ ଭୁଶୁଡ଼ିଲା କାନ୍ଥ, ଜଣେ ମୃତ , ୩ ଗୁରୁତର
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଗୋଡଭଗା ରେଳ ଷ୍ଟେସନରେ ଅଘଟଣ । ପରିତ୍ୟକ୍ତ ସିଗନାଲ୍ କ୍ୟାବିନ୍ ଭଙ୍ଗା ବେଳେ ଭୁଶୁଡ଼ିଲା କାନ୍ଥ । କାନ୍ଥ ତଳେ ଚାପି ହୋଇ ଜଣେ ମୃତ ଓ ୩ ଜଣ ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଘଟିଛି ଅତାବିରା ଥାନା ଗୋଡଭଗା ରେଳ ଷ୍ଟେସନ ନିକଟରେ । ଏଠାରେ ଥିବା ଏକ ପୁରୁଣା କୋଠା ଘର ଭାଙ୍ଗି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ହେଲେ ଉତ୍ତମ ସିଂହ ।

ସୂଚନା ଅନୁସାରେ ଗୋଡଭଙ୍ଗା ରେଲୱେ ଷ୍ଟେସନ ନିକଟରେ ଥିବା ପୁରୁଣା ଲେବଲ କ୍ରସିଂକୁ ଆଜି ଭୁବନେଶ୍ୱରର ଏକ ଠିକା ସଂସ୍ଥାରେ ବିହାରର ଏମ୍ଡି ଅଲ୍ଲି , ଏମ୍ଡି ଗୁଲଶିଖର, କଟକର ରାଜେନ୍ଦ୍ର ବେହେରା , ପଶ୍ଚିମବଙ୍ଗର ଇମ୍ତାବ୍ ମଲ୍ଲିକ ଓ ଉତ୍ତମ ସିଂହ ନିୟୋଜିତ ଥିଲେ । ଏହି ୫ ଜଣ ଶ୍ରମିକ ଛାତ ଭାଙ୍ଗୁଥିବା ସମୟରେ ଅଘଟଣ ଘଟିଥିଲା ।
ଛାତ ଭୁଶୁଡ଼ି ପଡ଼ିବାରୁ ଘଟଣା ସ୍ଥଳରେ ହିଁ ଉତ୍ତମ ସିଂହଙ୍କର ମୃତ୍ୟୁ ଘଟିଥିଲା । ଏମ୍ଡି ଅଲ୍ଲି, ରାଜେନ୍ଦ୍ର ଓ ଇମତାବ୍ ଗୁରୁତର ଆହତ ହୋଇଥିବା ବେଳେ ଏମ୍ଡି ଗୁଲଶିଖର ସାମାନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ












Click it and Unblock the Notifications