ଧାନ ବିଲରୁ ହେଲା ପ୍ରେମ: ବର ୬୩ କୁ କନିଆ ୬୫
ଧାନ ବିଲରେ ଆଖିରେ ଆଖି ମିଶିଲା । ଧାନ ବିଲରୁ ହେଲା ପ୍ରେମ । ବର ୬୩ କୁ କନିଆ ୬୫, ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରାପଡାର ଏହି ବୃଦ୍ଧ ଦମ୍ପତ୍ତି ।
କେନ୍ଦ୍ରାପଡ଼ା: ଧାନ ବିଲରେ ଆଖିରେ ଆଖି ମିଶିଲା । ଧାନ ବିଲରୁ ହେଲା ପ୍ରେମ । ବର ୬୩ କୁ କନିଆ ୬୫, ଶେଷରେ ବିବାହ ବନ୍ଧନରେ ବାନ୍ଧି ହେଲେ କେନ୍ଦ୍ରାପଡାର ଏହି ବୃଦ୍ଧ ଦମ୍ପତ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ବୃଦ୍ଧ ଦମ୍ପତ୍ତି ଭଜେଶ୍ୱରୀ ଓ ଶକ୍ତିପ୍ରସାଦଙ୍କ ପ୍ରେମ କାହାଣୀ ଏବେ ସାରା ରାଜ୍ୟରେ ଚର୍ଚ୍ଚା ସାଉଣ୍ଟୁଛି । ତେବେ ଏ କାହାଣୀ ଯେତିକି ନିଆରା, ସେତିକି ହୃଦୟଭିଜା ।

ମିଳିଥିବା ସୂଚନା ଅନୁସାରେ, ବିଲରେ ଧାନ ଚାଷ କରୁଥିଲେ ଶକ୍ତି । ଧାନ ଅମଳ ସମୟରେ ଭଜେଶ୍ୱରୀ ମଜୁରିଆ ଭାବେ ମାଲିକ ବିଲରେ ଧାନ କାଟିବାକୁ ଯାଇଥିବା ବେଳେ, ସେଇଠି ତାଙ୍କର ଦେଖାହୁଏ ପାଖ ଗାଁର ଶକ୍ତିପ୍ରସାଦଙ୍କ ସହ । ଆଉ ଭାଜେଶ୍ୱରୀଙ୍କ ପ୍ରେମରେ ପଡିଗଲେ ଶକ୍ତି । ସେଇଠି ଦେଖାଚାହାଁରେ ଆଖିରେ ଆଖି ମିଶି ପ୍ରେମ ହେଲା । ପରେ ଉଭୟେ ମିଳାମିଶା କରିଥିଲେ । ଏ ଖବର ଗାଁର ଲୋକେ ମଧ୍ୟ ଜାଣିବାକୁ ପାଇଲେ । ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା । ସେହି କାରଣରୁ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଶପଥ ନେଲେ ।
ଶକ୍ତି ନିଜ ଧର୍ମପତ୍ନୀଙ୍କୁ ୬ ବର୍ଷ ତଳେ ହରାଇ ଥିଲେ । ଶକ୍ତିଙ୍କର ପୁଅ, ବୋହୂ ଓ ଝିଅ ଜ୍ୱାଇଁ ମଧ୍ୟ ଅଛନ୍ତି । ସେହିପରି ଭଜେଶ୍ୱରୀଙ୍କ ପରିବାରରେ ୨ପୁଅ, ଝିଅ ମଧ୍ୟ ଅଛନ୍ତି । ଚାକିରି କରିବା ପରେ ପୁଅ ନିଜ ସ୍ତ୍ରୀ ସହ ଜୀବନ ଅତିବାହିତ କରୁଛି । ଝିଅ ବିବାହ ପରେ ଶାଶୁଘରେ ରହୁଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଭଜେଶ୍ୱରୀ ମଧ୍ୟ ଏକଲା ଅନୁଭବ କରୁଥିଲେ । ତେଣୁ ଶକ୍ତିଙ୍କ ପ୍ରସ୍ତାବକୁ ଭଜେଶ୍ୱରୀ ମନା ନକରି ସ୍ୱିକାର କରିବା ସହ ବିବାହ କରିବାକୁ ରାଜି ହୋଇଥିଲେ ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications