ପ୍ରକାଶ ପାଇଲା OJS-୨୦୨୩ ରେଜଲ୍ଟ; ୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ସୋମେଶ ରଣବିଜୁଳି ଟପ୍ପର
ପ୍ରକାଶ ପାଇଲା OJS-୨୦୨୩ ରେଜଲ୍ଟ । ୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ସୂଚନା । ସୋମେଶ ରଣବିଜୁଳି OJS-୨୦୨୩ ଟପ୍ପର ।

ଓଜେଏସ୍ ପରୀକ୍ଷାରେ ଏଥର ମଧ୍ୟ ବାଜି ମାରିଛନ୍ତି ମହିଳା। ଏହି ପରୀକ୍ଷା ପାସ କରିଥିବା ମୋଟ ୩୩ ଜଣଙ୍କ ମଧ୍ୟରେ ୨୪ ଜଣ ମହିଳା ରହିଛନ୍ତି।
ଓଡ଼ିଶା ପବ୍ଲିକ୍ ସର୍ଭିସ କମିଶନ (ଓପିଏସସି) ୱେବସାଇଟରେ ଓଜେଏସ୍ ପରୀକ୍ଷା ପରୀକ୍ଷା ଫଳ ପ୍ରକାଶ କରାଯାଇଛି।
ସୋମେଶ ରଣବିଜୁଳି ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ଵିତୀୟରେ ରହିଛନ୍ତି ଅରୁଣିମା ପତି ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ପାଏଲ ଆଟ୍ଟା। ଏହି ପରୀକ୍ଷାରେ ଟପ୍ ୪ରୁ୧୦ ମଧ୍ୟରେ ରହିଛନ୍ତି ପ୍ରିୟଙ୍କା ଅଗ୍ରୱାଲ, ସ୍ମିତା ମହାପାତ୍ର, ଅଭିଳାଷ ଦାଶ, ଋତୁପର୍ଣ୍ଣା ଦାସ, ଅନ୍ଵେଶା ଦାସ, ରାଜଶ୍ରୀ ପ୍ରିୟଦର୍ଶିନୀ ଓ ମନୀଷା ଦାସ।












Click it and Unblock the Notifications