ଆଜିଠୁ OJEE ୱେବ୍ କାଉନସେଲିଂ

ଆଜିଠୁ OJEEୱେବ୍ କାଉନସେଲିଂ , ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି OJEE ୱେବ୍ କାଉନସେଲିଂ । ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମ ଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଆଜିଠୁ MBA, MCA, M.Tech, M.Arch, M.Plan ପାଇଁ କାଉନସେଲିଂ । କାଲିଠୁ B.Tech, B.Arch, B.Cat, Int, M.Sc ପାଇଁ କାଉନସେଲିଂ ଆରମ୍ଭ ହେବ । ଛାତ୍ରଛାତ୍ରୀ www.ojee.nic.in କିମ୍ବା odishajee.comରେ ବସ୍ତୃତ ବିବରଣୀ ପାଇପାରିବେ ।

ojee

ତେବେ ଜୁଲାଇ ୪ ତାରିଖରେ ପ୍ରାୟ ୫୮ ହଜାର ଛାତ୍ରଛାତ୍ରୀ OJEE ପରୀକ୍ଷା ଦେଇଥିଲେ । ଓଡ଼ିଶାର ୩୦ ଜିଲ୍ଲାରେ ପ୍ରାୟ ୬୧ଟିି କେନ୍ଦ୍ରରେ ଅନଲାଇନ୍ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ ସେହିପରି କୋଲକଜା, ରାଞ୍ଚି ଓ ପାଟନାରେ ମଧ୍ୟ ପରୀକ୍ଷା କେନ୍ଦ୍ର ରହିଥିଲା । ଗତ ଜୁଲାଇ ୨୭ ତାରିଖରେ OJEE ରେଜଲ୍ଟ ପ୍ରକାଶ ପାଇଥିଲା । ୪୭ ହଜାର ୭୨୯ ପରୀକ୍ଷାର୍ଥୀଙ୍କୁ ପ୍ରଦର୍ଶନ ଆଧାରରେ ବିଭିନ୍ନ ପାଠ୍ୟକ୍ରମରେ ରାଙ୍କ ପ୍ରଦାନ କରାଯାଇସାରିଛି । OJEE ପରୀକ୍ଷା ପାଇଁ ୫୭ ହଜାର ୮୯୮ ପରୀକ୍ଷାର୍ଥୀ ପଞ୍ଜୀକୃତ କରିଥିଲେ । ଏଥିରୁ ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+