ପ୍ରକାଶ ପାଇଲା OJEE ରେଜଲ୍ଟ ; ବି-ଫାର୍ମାରେ ଯତନୀ ମେହେର ଟପ୍ପର୍
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ । ଫଳାଫଳ ପୁସ୍ତିକା ଉନ୍ମୋଚନ କଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ । ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଜାଣିବା ପାଇଁ ojee.nic.in ୱେବ୍ସାଇଟ୍ ମାଧ୍ୟମରେ ନିଜର ରାଙ୍କ କାର୍ଡ ପାଇପାରିବେ। ବିଫାର୍ମାରେ ଯତନୀ ମେହେର ଟପ୍ପର୍ । ଏମବିଏରେ ଅନୁରାଗ ମିଶ୍ର ଟପ୍ପର୍ ଏବଂ ଏମସିଏରେ ଏସ୍ ସିଶେନ୍ଦ୍ରୀ ଟପ୍ପର୍ । ହିତେଶ କୁମାର ଧଳ ଏମ୍. ଫାର୍ମା, ଅସ୍ମିତା ସୁବୁଦ୍ଧି ଏମ୍.ଆର୍କ ଟପ୍ପର୍ । ଉର୍ମିକାନ୍ତ ମଣିନନ୍ଦନ ସାହୁ ଏମ.ପ୍ଲାନ ଟପ୍ପର ।

ସୂଚନାଯୋଗ୍ୟ, ଗତ ମେ ୨ ତାରିଖରେ ଓଜେଇଇ ପରୀକ୍ଷା ଆରମ୍ଭ ହୋଇଥିଲା। ୧୨ ତାରିଖ ଯାଏ ଏହା ୩ଟି ସିଫ୍ଟରେ ଜାରି ରହିଥିଲା। ସମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ ହୋଇଥିଲା।












Click it and Unblock the Notifications