ଆଜିଠୁ OJEE: ତିନୋଟି ସିଟିଂରେ ହେବ ପରୀକ୍ଷା
ଭୁବନେଶ୍ୱର:ଆଜିଠୁ ଆରମ୍ଭ ହେଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା । ଦୈନିକ ତିନୋଟି ସିଟିଂରେ ୧୫ ତାରିଖ ପର୍ଯ୍ୟନ୍ତ ହେବ ପରୀକ୍ଷା । କମ୍ପ୍ୟୁଟର ବେସଡ ଟେଷ୍ଟ ବା ସିବିଟି ମୋଡରେ ପରୀକ୍ଷା ହେବ । କାଳ ୯ ଟାରୁ ୧୧ ଟା ଯାଏଁ ପ୍ରଥମ ସିଫ୍ଟ ଆରମ୍ଭ ହେବ ସେହିପରି ୧୨ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଫ୍ଟ ଏବଂ ଅପରାହ୍ନ ୪ ଟାରୁ ସାଢେ ୬ ଟା ପର୍ଯ୍ୟନ୍ତ ତୃତୀୟ ସିଫ୍ଟରେ ହେବ ପରୀକ୍ଷା ।
ରାଜ୍ୟରେ ୩୦ଟି ସହରରେ ୪୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ପ୍ରଥମ ଦିନର ପରୀକ୍ଷାରେ ଲାଟେରାଲ ଡିପ୍ଲୋମା ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେବେ । ଦ୍ୱିତୀୟ ଦିନରେ ଏମସିଏ ଓ ଏମଟେକ୍ ଏଣ୍ଟ୍ରାନ୍ସ ପରୀକ୍ଷା ହେବ । ସେହିପରି ୧୧ ତାରିଖରେ ଏମବିଏ, ୧୨ ତାରିଖରେ ବି.ଫାର୍ମା ପାଇଁ ପରୀକ୍ଷା ହେବା ନେଇ ସୂଚୀ ପ୍ରକାଶ ପାଇଛି ।

୧୨ ତାରିଖରେ ବିଫାର୍ମା ଓ ୧୫ ତାରିଖରେ ଲେଟେରାଲ ଡିପ୍ଲୋମା, ଏଲଇ ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମବିଏର ପରୀକ୍ଷା ଅନୁଷ୍ଠିତ ହେବ । ଓଡ଼ିଶାର ୩୦ଟି ସ୍ଥାନରେ ୪୪ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ପରୀକ୍ଷା ହେବ । ଆସନ୍ତା ମେ ୩୧ ତାରିଖରେ ପ୍ରକାଶ ପାଇବ ଫଳାଫଳ ।












Click it and Unblock the Notifications