For Quick Alerts
Turn On Notification  
For Daily Alerts
Oneindia App Download

ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା, ବଢିଲା ଆବେଦନ ଅବଧି

କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-ଓଜେଇଇ। ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା ପରୀକ୍ଷା ।

|

ଭୁବନେଶ୍ୱର: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-ଓଜେଇଇ। ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା ପରୀକ୍ଷା । କିନ୍ତୁ କରୋନା ସଂକ୍ରମଣ ସ୍ଥିତିକୁ ଦେଖି ଏହି ପ୍ରବେଶିକା ପରୀକ୍ଷାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି । କେବେ ପରୀକ୍ଷା ହେବ, ପରିସ୍ଥିତିକୁ ଦେଖି ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

OJEE

ଅପରପକ୍ଷେ ଓଜେଇଇ ପରୀକ୍ଷା ପାଇଁ ଅନ୍‌ଲାଇନ୍ ଅବେଦନର ସମୟ ସୀମାକୁ ବି ବଢ଼ାଇ ଦିଆଯାଇଛି । ଆବେଦନ ଅବଧି ଜୁଲାଇ ୧୨ ଓ ଫି ଦାଖଲ ଅବଧି ଜୁଲାଇ ୧୪ ତାରିଖ ଯାଏଁ ବଢ଼ାଇ ଦିଆଯାଇଛି । ଫଳରେ ଯେଉଁ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ସାମିଲ ହେବା ପାଇଁ ଆବେଦନ କରିପାରିନଥିଲେ, ସେମାନଙ୍କ ପାଇଁ ଏହା ଏକ ସୁଯୋଗ । ଓଜେଇଇ ସ୍ଥଗିତ ଏବଂ ପରୀକ୍ଷା ପାଇଁ ଆବେଦନ ଅବଧି ବୃଦ୍ଧି ନେଇ ଓଜେଇଇ ଅଧ୍ୟକ୍ଷଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
OJEE Exam Postponed due to Covid 19, Registration Deadline Extended Till July
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X