Get Updates
Get notified of breaking news, exclusive insights, and must-see stories!

OJEE Exam: ଆଜିଠୁ ଓଜେଇଇ , ପରୀକ୍ଷା ଦେବେ ୬୫ ହଜାର ୭୪୨ ଜଣ ଛାତ୍ରଛାତ୍ରୀ

ଆଜିଠୁ ଓଜେଇଇ ପରୀକ୍ଷା । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ବି.ଫାର୍ମା, ଏମ୍‌ସିଏ, ଏମ୍‌.ଏସ୍‌ସି(କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ବି.କାର୍ଟ, ଏମ୍‌.ଟେକ୍‌, ଏମ୍‌.ଟେକ୍‌(ପାର୍ଟ-ଟାଇମ୍‌), ଏମ୍‌.ଆର୍କ, ଏମ୍‌.ପ୍ଲାନ୍‌, ଏମ୍‌.ଫାର୍ମା ଓ ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ଲାଟେରାଲ୍‌ ଏଣ୍ଟ୍ରି ବି.ଫାର୍ମା ପାଠ୍ୟକ୍ରମରେ ନାମଲେଖା ପାଇଁ ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆରମ୍ଭ ହେବାକୁ ଯାଉଛି ।

ଆଜିଠାରୁ ମେ' ୧୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି ସହରରେ ମୋଟ୍ ୬୦ଟି ପରୀକ୍ଷା କେନ୍ଦ୍ର ହୋଇଛି । ଭୁବନେଶ୍ବରରେ ସର୍ବାଧିକ ୧୧ଟି ପରୀକ୍ଷା କେନ୍ଦ୍ର ଖୋଲିଛି । ସେହିପରି କଟକରେ ୬, ବାଲେଶ୍ବର ଓ ବ୍ରହ୍ମପୁର ସହରରେ ୪ଟି ଲେଖାଏ, ବରଗଡ଼, ବାରିପଦା, ଭଦ୍ରକ, ଢେଙ୍କାନାଳ, ଜୟପୁର, ପୁରୀରେ ଦୁଇଟି ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି । ଓଡ଼ିଶାର ଅନ୍ୟ ସମସ୍ତ ସହର ସମେତ ରାଜ୍ୟ ବାହାରେ କଲିକତା, ପାଟଣା ଓ ରାଞ୍ଚିରେ ଗୋଟିଏ ଲେଖାଏ ପରୀକ୍ଷା କେନ୍ଦ୍ର ହୋଇଛି ।

Ojee exam

ମେ' ୬ରେ କେବଳ ଲାଟେରାଲ ଏଣ୍ଟ୍ରି(ଏଲ୍‌ଇ) ଟେକ୍ନୋଲୋଜି(ଡିପ୍ଲୋମା) ପାଇଁ ପରୀକ୍ଷା ହେବାକୁ ଥିବା ବେଳେ ୭ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍‌ଇ-ଟେକ୍ନୋଲୋଜି(ଡିପ୍ଲୋମା), ଦ୍ବିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ତୃତୀୟ ସିଫ୍ଟରେ ଏଲ୍‌ଇ-ଟେକ୍ନୋଲୋଜି ବିଏସ୍‌ସି, ୮ ତାରିଖ ପ୍ରଥମ ଓ ଦ୍ବିତୀୟ ସିଫ୍ଟରେ ଏମ୍‌ବିଏ ଏବଂ ତୃତୀୟ ସିଫ୍ଟରେ ବି-କାଟ୍‌(ସିନେମାଟୋଗ୍ରାଫି/ସାଉଣ୍ଡ ରେକଡିଂ ଓ ଡିଜାଇନ୍‌), ୯ ତାରିଖରେ କେବଳ ବି.ଫାର୍ମା ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ହେବ। ୧୦ ତାରିଖର ପ୍ରଥମ ଦୁଇଟି ସିଫ୍ଟରେ ଏମ୍‌ସିଏ ଓ ତୃତୀୟ ସିଫ୍ଟରେ ବି.କାଟ୍‌(ଫିଲ୍ମ ଏଡିଟିଂ) ପାଠ୍ୟକ୍ରମରେ ନାମଲେଖା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ।

ସକାଳ ୮ଟା ୩୦ରୁ ୧୦ଟା ୩୦ ମଧ୍ୟରେ ପ୍ରଥମ ସିଫ୍ଟରେ ପରୀକ୍ଷା ହେବାକୁ ଥିବା ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ମଧ୍ୟରେ ଦ୍ବିତୀୟ ଓ ଅପରାହ୍ଣ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ତୃତୀୟ ସିଫ୍ଟରେ ପରୀକ୍ଷା ହେବ । ମୋଟ ୬୫ହଜାର ୭୪୨ଜଣ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ନାମ ପଞ୍ଜିକରଣ କରିଛନ୍ତି ।

କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ(ସିବିଟି) ମାଧ୍ୟମରେ ହେବାକୁ ଥିବା ଏହି ପରୀକ୍ଷାର ଲାଟେରାଲ ଏଣ୍ଟ୍ରି(ଏଲ୍‌ଟି) ଟେକ୍‌(ଡିପ୍ଲୋମା)ରେ ସର୍ବାଧିକ ୨୧ହଜାର ୭୧୦ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ବି.ଫାର୍ମା ପାଠ୍ୟକ୍ରମରେ ୧୫ହଜାର ୬୬୩, ଏମ୍‌ବିଏରେ ୧୧ ହଜାର ୩୯୯, ଏମ୍‌ସିଏ/ଏମ୍‌.ଏସ୍‌ସି କମ୍ପ୍ୟୁଟର ସାଇନ୍ସରେ ୮,୮୯୧, ଏମ୍‌.ଟେକ୍‌ରେ ୨୧୪୫, ଇଣ୍ଟ୍ରିଗେଟେଡ୍‌ ଏମ୍‌ବିଏରେ ୧୮୮୦, ଏମ୍‌.ଫାର୍ମାରେ ୧୫୨୪ ଜଣ ପରୀକ୍ଷାର୍ଥୀ ରହିଛନ୍ତି।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+