ଆଜି ୧୧ଟାରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ
ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ । ପୂର୍ବାହ୍ନ ୧୧ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ରହିଛି । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟରୁ ଏହି ଫଳାଫଳ ଜାଣିପାରିବେ ।

www.ojee.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ମେ'୮ରୁ ୧୨ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା । ଯେଉଁଥିରେ ୫୫ ହଜାର ୯୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଯେଉଁଥି ପାଇଁ ରାଜ୍ୟରେ ୪୪ଟି କେନ୍ଦ୍ର ଏବଂ ରାଜ୍ୟ ବାହାରେ ୩ଟି କେନ୍ଦ୍ର କରାଯାଇଥିଲା ।
ଚଳିତ ବର୍ଷ ସମ୍ପୁର୍ଣ୍ଣ କମ୍ପୁଟର ବେସଡ୍ ମୋଡରେ ପରୀକ୍ଷା ହୋଇଥିଲା । ବିଟେକ୍, ଏମ ଟେକ ସହ ଫାର୍ମାସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଆଜି ଛାତ୍ରାଛତ୍ରୀଙ୍କ ରାଙ୍କ ପ୍ରକାଶ ପାଇବ ।












Click it and Unblock the Notifications