ଆସନ୍ତାକାଲି ପ୍ରକାଶ ପାଇବ OJEE ରେଜଲ୍ଟ
ଆସନ୍ତାକାଲି ପ୍ରକାଶ ପାଇବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE 2022) ଫଳାଫଳ । ସୂତ୍ରରୁ ପ୍ରକାଶ ଯେ, ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରି
ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE 2022) ଫଳାଫଳ । ସୂତ୍ରରୁ ପ୍ରକାଶ ଯେ, ଆସନ୍ତାକାଲି ପୂର୍ବାହ୍ନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ରାଜ୍ୟ ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ତାଲିମ ପରିଷଦର ଅଡିଟୋରିୟମରେ ଫଳାଫଳ ପ୍ରକାଶ କରିବେ। ଏହି ସମୟରେ ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତ ରହିବେ ।

ସୂଚନା ଅନୁଯାୟୀ, OJEE ପରୀକ୍ଷା ପାଇଁ ମୋଟ 57 ହଜାର 918 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସର୍ବାଧିକ ଲାଟେରାଲ ଏଣ୍ଟ୍ରିର B-tech ପାଇଁ 20 ହଜାର 168 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ବି.ଫାର୍ମା ପାଇଁ 12 ହଜାର 229 ଜଣ ଓ MBA ପାଇଁ 10 ହଜାର 167 ଜଣ ଆବେଦନ କରିଛନ୍ତି । ରାଜ୍ୟର 30ଟି ଜିଲ୍ଲାରେ 61 ଟି ପରୀକ୍ଷା କେନ୍ଦ୍ର ହୋଇଥିଲା । ସେହିପରି ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ 3ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।
ପରୀକ୍ଷା ଫଳ ଡାଉନଲୋଡ ପ୍ରକ୍ରିୟା:
ପ୍ରଥମେ ojee.nic.in ୱେବ ସାଇଟକୁ ଯାଆନ୍ତୁ।
"Rank card- OJEE 2022" ଲିଙ୍କରେ କ୍ଲିକ କରନ୍ତୁ ।
ଆପଣଙ୍କ ଡିସପ୍ଲେ ସ୍କ୍ରିନରେ ଏକ ନୂଆ ପେଜ ଆସିବ ।
କ୍ରେଡେନସିଆଲ ସହ ଆପଣ ଲଗ ଇନ କରନ୍ତୁ ।
ଏହାପରେ ଆପଣଙ୍କ ସ୍କ୍ରିନରେ OJEE 2022 ରେଜଲ୍ଟ ।
ଏହାପରେ ରେଜଲ୍ଟ ଡାଉନଲୋଡ କରନ୍ତୁ ଭବିଷ୍ୟତ ପାଇଁ ପ୍ରିଣ୍ଟ ମଧ୍ୟ କାଢି ନିଅନ୍ତୁ ।












Click it and Unblock the Notifications