ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ଠପ୍, କାଲିଠୁ ମିଳିବନି ପେଟ୍ରୋଲ!
ଡ୍ରାଇଭର ଆନ୍ଦୋଳନ ଯୋଗୁଁ ତୈଳ ପରିବହନ ପ୍ରଭାବିତ। ୨ଦିନ ହେଲା ଟାଙ୍କିକୁ ଆସୁନି ପେଟ୍ରୋଲ, ଡିଜେଲ ଗାଡି । ଆଜି ପେଟ୍ରୋଲ ଟାଙ୍କିକୁ ଗାଡି ନଆସିଲେ କାଲିଠୁ ଦେଖାଦେବ ତୈଳ ଅଭାବ । ପାରାଦ୍ୱୀପ, ବାଲେଶ୍ୱର, ଜଟଣୀ, ଝାରସୁଗୁଡାର ତେଲ ଡିପୋରେ ଧର୍ମଘଟ ଜାରି ରହିଛି । ଭାରତ ବନ୍ଦ ଡାକରା ଯୋଗୁଁ ରାଜଧାନୀ ଭୁବନେଶ୍ୱରର ସମସ୍ତ ପେଟ୍ରୋଲ ଟାଙ୍କି ଗୁଡ଼ିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

ପାରାଦୀପ, ବାଲେଶ୍ବର, ଜଟଣୀ, ଝାରସୁଗୁଡ଼ା ତୈଳ ଡିପୋରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପେଟ୍ରୋଲ ,ଡିଜେଲ ଯାଇଥାଏ । କିନ୍ତୁ ଏହି ସବୁ ଡିପୋରୁ ପରିବହନ କରୁଥିବା ତେଲ ଟ୍ୟାଙ୍କରର ଡ୍ରାଇଭରମାନେ ଧର୍ମଘଟରେ ଅଛନ୍ତି । ପାରାଦୀପରେ ତୈଳ ଟର୍ମିନାଲ ଓ ତୈଳ ରିଫାଇନାରି ଅଛି । ପାରାଦୀପର ୩ଟି ଡିପୋରୁ ତୈଳ ଯିବା ଆସିବା ଠପ୍ ହୋଇଯାଇଛି । ଆଉ ଧର୍ମଘଟ ଯୋଗୁଁ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି ।












Click it and Unblock the Notifications