ମହାମାରୀ ବେଳେ ଅକ୍ସିଜେନ ଓ ଔଷଧର କଳାବଜାରୀକୁ ନେଇ ରାଜ୍ୟ ସରକାରଙ୍କୁ OHRCଙ୍କ ଜବାବ ତଲବ
ମହାମାରୀ କରୋନା ସମୟରେ ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଅତ୍ୟବଶ୍ୟକୀୟ ଔଷଧ କଳାବଜାରୀ ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷବ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜ୍ୟରେ ଅକ୍ସିଜେନ ସିଲିଣ୍ଡର ଏବଂ ଅତ୍ୟବଶ୍ୟକୀୟ ଔଷଧ କଳାବଜାରୀ ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ରାଜ୍ୟ ମାନବାଧିକାର ଆୟୋଗ କ୍ଷବ ପ୍ରକାଶ କରିଛନ୍ତି । ନିଜ ତରଫରୁ ମାମଲା ରୁଜୁ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସ୍ୱାସ୍ଥ୍ୟ ବିଭାଗ ACSଙ୍କୁ ଜବାବ ତଲବ କରିଛନ୍ତି OHRC ।

ତେବେ ଅକ୍ସିଜେନ୍ ଏବଂ ଜୀବନ ରକ୍ଷାକାରୀ ଔଷଧର କଳାବଜାରୀ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମାନବାଧିକାର କମିଶନ କଳାବଜାରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ ଦ୍ୱିତୀୟ ଲହରରେ ଗ୍ରାମାଞ୍ଚଳ ଅଧିକ ପ୍ରଭାବିତ ହେଉଥିବାରୁ ତୁରନ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା TMC ଖୋଲିବାକୁ ମୁଖ୍ୟ ଶାସନ ସଚିବଙ୍କୁ କହିଛନ୍ତି କମିଶନ । ସେହିପରି ମୃତଦେହର ଅନ୍ତିମ ସଂସ୍କାର ନେଇ NHRC ଜାରି କରିଥିବା ପରାମର୍ଶକୁ ପାଳନ କରିବାକୁ ମଧ୍ୟ ସରକାରଙ୍କୁ କୁହାଯାଇଛି । ଆସନ୍ତା ଜୁନ୍ ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।












Click it and Unblock the Notifications