ଶରଧାବାଲି ଦଳାଚକଟା,ରାଜ୍ୟ ମାନବିଧିକାର କମିଶନଙ୍କ ହସ୍ତକ୍ଷେପ
ପୁରୀରେ ଶରଧାବାଲିରେ ରଥାରୁଢ଼ ଶ୍ରୀଜୀଉଙ୍କ ଦର୍ଶନବେଳେ ହୋଇଥିବା ଦଳାଚକଟା ମାମଲାରେ ରାଜ୍ୟ ମାନବାଧିକାର ଆୟୋଗ ହସ୍ତକ୍ଷେପ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସକ, ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ତଲବ କରିଛନ୍ତି ଓଏଚ୍ଆରସି । ସୁରକ୍ଷା ବ୍ୟବସ୍ଥାରେ କାହିଁକି ତ୍ରୁଟି ରହିଲା ସେ ନେଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ଅଘଟଣ ପରେ କ'ଣ ପଦକ୍ଷେପ ନିଆଯାଇଛି ଓ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବାକୁ ଓଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ଏପରି ଘଟଣା ଯେମିତି ପୁନରାବୃତ୍ତି ନ ହୁଏ ସେଥିପ୍ରତି ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ଜଣେ ଆଇନଜୀବୀଙ୍କ ଆବେଦନ ଉପରେ ଶୁଣାଣି କରି ଓଏଚଆରସି ରିପୋର୍ଟ ତଲବ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ, ରବିବାର ଭୋର ୩ଟା ୪୫ ମିନିଟରେ ପହୁଡ଼ ଫଟିବା ପରେ ଦର୍ଶନ ଆରମ୍ଭ ହୋଇଥିଲା । ଏହା ସମୟେର ଦଳାଚକଟା ହୋଇଥିଲା । ଫଳରେ ତିନି ଜଣ ଶ୍ରଦ୍ଧାଳୁଙ୍କ ଅକାଳ ବିୟୋଗ ହୋଇଥିଲା ।












Click it and Unblock the Notifications