ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଫଲାଇନ୍ କ୍ଲାସ୍ ବନ୍ଦ, ଅନଲାଇନରେ ପଢ଼ିବେ ପିଲା
ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ସହ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ବନ୍ଦ ରହିବ । କେବଳ ଅନଲାଇନ୍ ଯୋଗେ ପିଲାମାନେ ପାଠ ପଢିପାରିବେ । ତେବେ ମାଟ୍ରିକ ସମେଟିଭ୍ ପରୀକ୍ଷା ଚାଲୁ ରହିବ।
ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି କୋଭିଡ୍ ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ସହ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ବନ୍ଦ ରହିବ । କେବଳ ଅନଲାଇନ୍ ଯୋଗେ ପିଲାମାନେ ପାଠ ପଢିପାରିବେ । ତେବେ ମାଟ୍ରିକ ସମେଟିଭ୍ ପରୀକ୍ଷା ଚାଲୁ ରହିବ।

ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ୍ କ୍ଲିୟରିଂ କ୍ଲାସ କରିପାରିବେ ବୋଲି ଏସଆରସି ସୂଚନା ଦେଇଛନ୍ତି। ଏସଆରସି ଆହୁରି କହିଛନ୍ତି ଯେ ହାଟ, ବଜାରରେ ଜମୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଦାୟିତ୍ୱ ଦିଆଯିବ। ଯଦି କୌଣସି ମଲରେ ଭିଡ଼ ହେବ, ତାହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ହେବେ। ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋକାନକୁ ୭ ଦିନ ଯାଏ ବନ୍ଦ କରାଯିବ ବୋଲି ଏସ୍ଆର୍ସି କହିଛନ୍ତି।
ସେହିପରି ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ଇଣ୍ଡୋର ହଲରେ କୌଣସି କାର୍ଯ୍ୟକ୍ରମ ହେଉଥିଲେ, ସେଥିରେ ୫୦% ଉପସ୍ଥିତ ରହିପାରିବେ। ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ପିକନିକକୁ ସଂପୂର୍ଣ୍ଣ ବାରଣ କରାଯାଇଛି।
ବିବାହ ଓ ବ୍ରତରେ ସର୍ବାଧିକ ୧୦୦ଜଣ, ଶୁଦ୍ଧିକ୍ରୟାରେ ସର୍ବାଧିକ ୫୦ଜଣ ସମେତ ଧାର୍ମିକ, ରାଜନୀତିକ ଓ ଏକାଡେମିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ଜଣ ଲୋକଙ୍କୁ ଅନୁମତି ମିଳିବ । ତେବେ ଯାତ୍ରା ବା ଅପେରା ନିମନ୍ତେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି ମିଳିବ । ପିକନିକ୍ , ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ବାରଣ ହୋଇଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ, ବାର ଓ ପବଗୁଡ଼ିକ ସର୍ବାଧିକ ରାତି ୯ଟା ପର୍ଯ୍ୟନ୍ତ ଖୋଲିବ। ଫିଲ୍ମ ହଲ୍ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ରାଜ୍ୟର ସମସ୍ତ ଫିଲ୍ମ ହଲ୍ ଖୋଲାରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।












Click it and Unblock the Notifications