ଏହି ଶନିବାର ଓଡ଼ିଶାରେ ସରକାରୀ ଛୁଟି ; ଜାଣନ୍ତୁ କ'ଣ ପାଇଁ ?

ମହରମ ପାଇଁ ୨୯ ତାରିଖକୁ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଜୁଲାଇ ୨୮ ପରିବର୍ତ୍ତେ ୨୯ ତାରିଖ ଶନିବାର ଛୁଟି କରିଛନ୍ତି ସରକାର । ତେଣୁ ଆସନ୍ତା ଶନିବାର ଅର୍ଥାତ୍ ୨୯ ଜୁଲାଇ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

ଏହିଦିନ ମୁସଲମାନ୍ ପର୍ବ ମହରମ୍ ପଡୁଥିବା ଯୋଗୁ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ଶୁକ୍ରବାର ଅର୍ଥାତ୍ ୨୮ ଜୁଲାଇ ଛୁଟି ଦିବସ ଭାବରେ ଘୋଷଣା କରାଯାଇଥିଲା। ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନୋଟିସ୍ ପ୍ରକାଶ ପାଇଛି।

ମହରମ

ମହରମ୍ ନିମନ୍ତେ ଶନିବାର ଛୁଟି ଥିବା ବେଳେ ରାଜ୍ୟର ବ୍ୟାଙ୍କ୍ ଖୋଲାଯିବ କି ନାହିଁ ସେନେଇ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ତେବେ ସାଧାରଣତଃ ରାଜ୍ୟ ସରକାରଙ୍କ ଛୁଟି ଦିନ ବ୍ୟାଙ୍କ ବନ୍ଦ ରହିଥାଏ।

ଏଥର ସମ୍ବଲପୁରରେ ହେବ ନାହିଁ ମହରମ ଶୋଭାଯାତ୍ରା । ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଗୋଟିଏ ବର୍ଷ ପାଇଁ ମହରମ ଓ ହନୁମାନ ଜନ୍ମ ଜୟନ୍ତୀ ଶୋଭାଯାତ୍ରା ଉପରେ ରୋକ ଲଗାଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ଗତ ହନୁମାନ ଜନ୍ମ ଜୟନ୍ତୀ ଅବସରେ ହୋଇଥିବା ଅବାଭନୀୟ ପରିସ୍ଥିତି ଦୃଷ୍ଟି ରୁ ଏହା ଉପରେ ଏଭଳି ରୋକ ଲଗାଯାଇ ନିଷ୍ପତ୍ତି ନିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+