For Quick Alerts
Turn On Notification  
For Daily Alerts
Oneindia App Download

ଲୋକସେବା ଭବନ ସହ ଯୋଡି ହେଲା ୨୪୭ କାର୍ଯ୍ୟାଳୟ : 'ଗ୍ରାମାଞ୍ଚଳ ବିକାଶରେ ବୈପ୍ଲବିକ ପରିବର୍ତ୍ତନ ଆସିବ'

ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ।

|

ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନେଟୱର୍କିଂ ସିଷ୍ଟମ ବିଭାଗ ସହ ସ୍ଥାନୀୟ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଯୋଗାଯୋଗ କରିବ ।

Lokaseba Bhaban,

ଗ୍ରାମ୍ୟ ଉନ୍ନୟନ ପାଇଁ ଦୈନିକ ୨୪ ଘଣ୍ଟା, ସପ୍ତାହକୁ ୭ ଦିନ ବିଭାଗର ନିଜସ୍ୱ ନେଟୱର୍କିଂ ସିଷ୍ଟମ ଆରଡି ଏମପିଏଲ୍ଏସ୍ ନେଟୱର୍କ କାର୍ଯ୍ୟକ୍ଷମ ରହିବ । ଏହି ନେଟୱର୍କ ଜରିଆରେ ଲୋକସେବା ଭବନର ସମସ୍ତ ଅଫିସ୍ ଠାରୁ ନେଇ ଉପଖଣ୍ଡ ଅଫିସ୍ ନିରବଚ୍ଛିନ୍ନ ଭାବେ ସଂଯୋଗ ହୋଇ ରହିବ । 5T କାର୍ଯ୍ୟକ୍ରମର ରୂପାୟନ ଦିନରେ ଗ୍ରାମୀଣ ବିକାଶ ବିଭାଗର ଆନ୍ତରିକତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ଏହି ନେଟୱର୍କ ଜରିଆରେ ଗ୍ରାଉଣ୍ଡରେ ୱେବ୍ ବେସଡ୍ ଆପ୍ଲିକେସନ୍ 5T ଅଧିନରେ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଲାଗି କାର୍ଯ୍ୟ କରିବ । ଏହା କାର୍ଯ୍ୟର ତଦାରଖ ଓ ସମସ୍ୟା ସମାଧାନ ଦିଗରେ ସହାୟକ ହେବ । ପୂର୍ବରୁ ବିଭାଗ ଆରେ ଅଫ୍ ସର୍ଭିସ୍, ମେଣ୍ଟେନାନ୍ସ ମ୍ୟାନେଜମେଣ୍ଟ, କାର୍ଯ୍ୟ ଓ ଖାତା ପରିଚାଳନା, ଆର୍ଥିକ ପରିଚାଳନା ଆଦି କାର୍ଯ୍ୟ ଅନଲାଇନରେ କରୁଛି । 5T କାର୍ଯ୍ୟକ୍ରମରେ ସମୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
୨୪୭ offices were added to the Lokaseba Bhaban
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X