ଲୋକସେବା ଭବନ ସହ ଯୋଡି ହେଲା ୨୪୭ କାର୍ଯ୍ୟାଳୟ : 'ଗ୍ରାମାଞ୍ଚଳ ବିକାଶରେ ବୈପ୍ଲବିକ ପରିବର୍ତ୍ତନ ଆସିବ'
ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ।
ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର ମଲ୍ଟି ପ୍ରୋଟୋକଲ ଲେବଲ ସ୍ୱିଚିଂ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱର୍କିଂକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି । ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନେଟୱର୍କିଂ ସିଷ୍ଟମ ବିଭାଗ ସହ ସ୍ଥାନୀୟ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଯୋଗାଯୋଗ କରିବ ।

ଗ୍ରାମ୍ୟ ଉନ୍ନୟନ ପାଇଁ ଦୈନିକ ୨୪ ଘଣ୍ଟା, ସପ୍ତାହକୁ ୭ ଦିନ ବିଭାଗର ନିଜସ୍ୱ ନେଟୱର୍କିଂ ସିଷ୍ଟମ ଆରଡି ଏମପିଏଲ୍ଏସ୍ ନେଟୱର୍କ କାର୍ଯ୍ୟକ୍ଷମ ରହିବ । ଏହି ନେଟୱର୍କ ଜରିଆରେ ଲୋକସେବା ଭବନର ସମସ୍ତ ଅଫିସ୍ ଠାରୁ ନେଇ ଉପଖଣ୍ଡ ଅଫିସ୍ ନିରବଚ୍ଛିନ୍ନ ଭାବେ ସଂଯୋଗ ହୋଇ ରହିବ । 5T କାର୍ଯ୍ୟକ୍ରମର ରୂପାୟନ ଦିନରେ ଗ୍ରାମୀଣ ବିକାଶ ବିଭାଗର ଆନ୍ତରିକତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଏହି ନେଟୱର୍କ ଜରିଆରେ ଗ୍ରାଉଣ୍ଡରେ ୱେବ୍ ବେସଡ୍ ଆପ୍ଲିକେସନ୍ 5T ଅଧିନରେ କାର୍ଯ୍ୟରେ ସ୍ୱଚ୍ଛତା ଆଣିବା ଲାଗି କାର୍ଯ୍ୟ କରିବ । ଏହା କାର୍ଯ୍ୟର ତଦାରଖ ଓ ସମସ୍ୟା ସମାଧାନ ଦିଗରେ ସହାୟକ ହେବ । ପୂର୍ବରୁ ବିଭାଗ ଆରେ ଅଫ୍ ସର୍ଭିସ୍, ମେଣ୍ଟେନାନ୍ସ ମ୍ୟାନେଜମେଣ୍ଟ, କାର୍ଯ୍ୟ ଓ ଖାତା ପରିଚାଳନା, ଆର୍ଥିକ ପରିଚାଳନା ଆଦି କାର୍ଯ୍ୟ ଅନଲାଇନରେ କରୁଛି । 5T କାର୍ଯ୍ୟକ୍ରମରେ ସମୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications