ଆଳୁ ଟପିଲା ୪୦ ଟଙ୍କା: ଟ୍ୱିନ୍ ସିଟିରେ ଯୋଗାଣ ବିଭାଗର ଚଢାଉ, ଗୃହରେ ସରକାରଙ୍କୁ ଘେରିଲେ ବିରୋଧୀ

Odisha News: ରାଜ୍ୟରେ ଆଳୁର ବଢୁଥିବା ଦରକୁ ନେଇ ବର୍ତ୍ତମାନ ଚିନ୍ତାରେ ଖାଉଟି । ବ୍ୟବସାୟୀଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ପରେ ଆଳୁ ଦିନକୁ ଦିନ ମହଙ୍ଗା ହେଉଛି । ସେହିପରି ଚଢା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ପରେ କଟକ-ଭୁବନେଶ୍ୱରରେ ଅନେକ ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

ସୂଚନା ଅନୁସାରେ ଭୁବନେଶ୍ୱରରେ ୪ ନମ୍ବର ଓ କଟକର ଛତ୍ର ବଜାରର ଦୋକାନରେ, ଗୋଦାମରେ ଚଢାଉ କରାଯାଇଛି । ଭୁବନେଶ୍ୱରରେ ଆଳୁ ୪୦ ଟଙ୍କାରୁ ଅଧିକ ଦରରେ ଯଦି ବିକ୍ରି କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ଚେତାବନୀ ଦେଇଛନ୍ତି । ସେହିପରି ବ୍ୟବସାୟୀଙ୍କୁ ରେଟ୍ ଚାର୍ଟ ଲଗାଇବା ପାଇଁ ମଧ୍ୟ କୁହାଯାଇଛି ।

Potatoes price 40 Inr

ସେପଟେ କଟକ ଛତ୍ର ବଜାରରେ ଆଜି ଆଳୁ ୫୦ ଟଙ୍କା କେଜି ବିକ୍ରି କରାଯାଉଥିଲା, ଖବର ପାଇଁ ଯୋଗାଣ ବିଭାଗ ପକ୍ଷରୁ ତୁରନ୍ତ ଚଢାଉ କରାଯାଇଥିଲା । ବର୍ତ୍ତମାନ ୪୫ ଟଙ୍କାର ଆଳୁ ବିକ୍ରି କରାଯାଉଛି । ସେହିପରି ରାଜ୍ୟରେ ଭରପୁର ଆଳୁ ଅଛି । ଆଜି ସକାଳେ ୫ଟି ଟ୍ରକ ଆସି ପହଞ୍ଚିଛି । ଆଳୁ କୁଇଁଟାଲ ପ୍ରତି ୩୭ କୁ ୩୮ ଶହ ରହିଛି । ସେହିପରି ୧୦୦୦ କୁଇଣ୍ଟାଲ ଆଳୁ ଷ୍ଟକ୍ ରଖାଯାଇଥିବା ନେଇ ସୂଚନା ଦେଇଛି ଯୋଗାଣ ବିଭାଗ ।

ଅନ୍ୟପକ୍ଷରେ ବିଧାନସଭା ଶୂନ୍ୟକାଳରେ ମଧ୍ୟ ଆଳୁ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତର ପ୍ରମିଳା ମଲ୍ଲିକ ସରକାରଙ୍କୁ ଘେରିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+