ଘରୋଇ ଉପଭୋକ୍ତାଙ୍କ ପାଇଁ କମିଲା ବିଜୁଳି ଦର; ଜାଣନ୍ତୁ କେତେ ?
କମିଲା ବିଜୁଳି ଦର । ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କଲେ ଓଇଆର୍ସି । ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ । ଘରୋଇ ବ୍ୟତିତ ଅନ୍ୟ ସମସ୍ତ କାଟେଗୋରୀରେ ଦର ଅପରିବର୍ତ୍ତିତ ରହିଛି ।
ବିପିଏଲ୍ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ । କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ୍ ନେବେ, ସେମାନଙ୍କୁ ୧୦ ଟଙ୍କା ରିହାତି ମିଳିବ । ଇଭି ଚାର୍ଜିଂ ପାଇଁ ୟୁନିଟ୍ ପିଛା ଦର ୫ ଟଙ୍କା ୫୦ରୁ ୫ ଟଙ୍କାକୁ ହ୍ରାସ ହୋଇଛି ।

ପ୍ରି-ପେଡ୍ ମିଟର ଥିବା ଉପଭୋକ୍ତାଙ୍କୁ ୪% ରିହାତି ମିଳିବ । ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା ଦର ୧ ଟଙ୍କା ୬୦ ପଇସା ହ୍ରାସ ହେବ । ଧାର୍ଯ୍ୟ ସମୟରେ ବିଲ୍ ଦେଲେ ଘରୋଇ ଉପଭୋକ୍ତାଙ୍କୁ ୧୦ ପଇସା ରିହାତି ମିଳିବ ।
ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଲୋଭନୀୟ ଯୋଜନା ଘୋଷଣା କରି ଚାଲିଛି । ଗତକାଲି ବିନା ସୁଧରେ ଯୁବ ବର୍ଗଙ୍କୁ ଏକ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବା ଏବଂ ରାସନକାର୍ଡଧାରୀଙ୍କୁ ହଜାର ଟଙ୍କା ଲେଖାଏଁ ମିଳିବାକୁ କ୍ୟାବିନେଟ୍ ଅନୁମୋଦନ ଦେଇଥିଲା । ଆଉ ଆଜି ରାଜ୍ୟ ସରକାର ବିଜୁଳି ଉପଭୋକ୍ତାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ଓଆଇଆରସି।












Click it and Unblock the Notifications