Get Updates
Get notified of breaking news, exclusive insights, and must-see stories!

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପଦ୍ମ ସମ୍ମାନରେ ସମ୍ମାନୀତ କୃତୀ ସନ୍ତାନଙ୍କୁ ମାସକୁ ମିଳିବ ୨୫ ହଜାର ଟଙ୍କା

CM Naveen Patnaik: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା । ପଦ୍ମ ସମ୍ମାନରେ ସମ୍ମାନୀତ ଓଡ଼ିଶାର କୃତୀ ସନ୍ତାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏପ୍ରିଲ ମାସରୁ ଏହି ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ସୂଚନା ରହିଛି ।

ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ ଅଟେ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ୱିତ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ଦିଆଯାଇଥାଏ । ତେବେ ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନମାନେ ନିଜ ପ୍ରତିଭା ଏବଂ ସେବା ମନୋଭାବ କାର୍ଯ୍ୟ ଦ୍ୱାରା ଓଡ଼ିଶା ଗୌର ଦେଶ ବିଦେଶରେ ବୃଦ୍ଧି କରିଛନ୍ତି ।

CM Naveen Patnaik

ତେବେ ସେମାନଙ୍କୁ ସମ୍ମାନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାର କରିବା ନେଇ ଘୋଷଣା କରିଛନ୍ତି । ଏପ୍ରିଲ୍ ମାସ ୨୦୨୪ଠୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+