ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟୁନିଟ୍‍ ହେବ କାର୍ଯ୍ୟକ୍ଷମ; ସ୍କ୍ରାପ ନୀତି କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ

ଭୁବନେଶ୍ବର : କାର୍ଯ୍ୟକ୍ଷମ ହେବ ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟୁନିଟ୍‍ । ଖୋର୍ଦ୍ଧା ଜିଲ୍ଲାର ପିତାପଲୀଠାରେ ଗାଡ଼ି ସ୍କ୍ରାପିଂ ୟୁନିଟ୍‍ ଆଜିଠୁ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହାକୁ ଉଦ୍‍ଘାଟନ କରିବେ ।

ଏହା ପରେ ଯାଜପୁରରେ ଦ୍ଵିତୀୟ ସ୍କ୍ରାପିଂ ୟୁନିଟ୍‍ ହେବ । ସେପଟେ ଟାଟା କମ୍ପାନୀ ସୁନ୍ଦରଗଡ଼ ଠାରେ ଏକ ସ୍କ୍ରାପିଂ ୟୁନିଟ୍‍ ସ୍ଥାପନ ପାଇଁ ସରକାର ସ୍ତରରେ ଆଗ୍ରହ ପ୍ରକାଶ କରିଥିବା କଥା ଜଣାପଡ଼ିଛି ।

ପ୍ରଥମ ପର୍ଯ୍ୟାୟରେ ପୋଲିସ୍‍ ଓ ଅଗ୍ନିଶମ ବିଭାଗର ୩୨୩ଟି ଗାଡ଼ି ସ୍କ୍ରାପ ପାଇଁ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି । ଏହା ପରେ ତାଲିକାଭୁକ୍ତ ହୋଇଥିବା ବିଭିନ୍ନ ବିଭାଗର ସରକାରୀ ଗାଡ଼ି ସ୍କ୍ରାପିଂ ପାଇଁ ଅଣାଯିବ ବୋଲି ସୂଚନା ମିଳିଛି ।

vehicle

୧୫ ବର୍ଷରୁ ଅଧିକ ସରକାରୀ ଓ ବାଣିଜ୍ୟିକ ଗାଡ଼ିର ସ୍କ୍ରାପିଂ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଟରେ ଦୈନିକ ୫୦ଟି ଗାଡ଼ି ସ୍କ୍ରାପିଂ ହୋଇପାରିବ । ତେବେ ଘରୋଇ ଗାଡ଼ିର ସ୍କ୍ରାପ୍‍ ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ସ୍କ୍ରାପିଂ କରିଥିବା ବ୍ୟକ୍ତିଙ୍କୁ ନୂଆ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯିବ । ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏନେଇ ନିୟମ ଆଣିଛନ୍ତି ।

ତେବେ ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+