ଟ୍ବିଟରରେ ଟ୍ରେଣ୍ଡ କରୁଛି #odishaSchoolTransformation
ଓଡିଶାର ସ୍ମାର୍ଟ ସ୍କୁଲକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaSchoolTransformation । ଟ୍ୱିଟରରେ ପ୍ରାୟ ୨ରୁ ୩ ଘଣ୍ଟା ହେବ ୧ ନମ୍ବର ସ୍ଥାନରେ ଟ୍ରେଣ୍ଡ କରୁଛି ଓଡିଶାର ସ୍ମାର୍ଟ ସ୍କୁଲ ।
ଭୁବନେଶ୍ବର: ଓଡିଶାର ସ୍ମାର୍ଟ ସ୍କୁଲକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା । ଟ୍ୱିଟରରେ ଟ୍ରେଣ୍ଡ କରୁଛି #OdishaSchoolTransformation । ଟ୍ୱିଟରରେ ପ୍ରାୟ ୨ରୁ ୩ ଘଣ୍ଟା ହେବ ୧ ନମ୍ବର ସ୍ଥାନରେ ଟ୍ରେଣ୍ଡ କରୁଛି ଓଡିଶାର ସ୍ମାର୍ଟ ସ୍କୁଲ ।

ଗୋଟେ ପଟେ 6 ହଜାରରୁ ଅଧିକ ଶିକ୍ଷକଙ୍କୁ ସରକାର ନିଯୁକ୍ତି ଦେଉଥିବାବେଳେ ଅନ୍ୟପଟେ 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମକୁ ମିଳୁଛି ପ୍ରଶଂସା । ଦେଶର ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣାକୁ ପଛରେ ପକାଇ ଟ୍ରେଣ୍ଡ କରୁଛି 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର #odishaSchoolTransformation । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଟ୍ବିଟର ବ୍ୟବହାରକାରୀ ।

ରାଜ୍ୟ ସରକାରଙ୍କ 5T ଯୋଜନାରେ ସ୍ୱାସ୍ଥ୍ୟ ସେବା ସହ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ସରକାରୀ ସ୍କୁଲର ରୂପାନ୍ତରଣ କାର୍ୟ୍ୟକ୍ରମ । ସ୍ମାର୍ଟ ହେଉଛି ରାଜ୍ୟର ବଛାବଛା ସରକାରୀ ସ୍କୁଲ । ସେଥିପାଇଁ ସରାକରୀ ସ୍କୁଲର ପରିବେଶ, କ୍ଲାସ ରୁମ, ଲାଇବ୍ରେରୀର ଉନ୍ନତୀ କରୁଛନ୍ତି । ଆଉ ସେଠାରେ ଛାତ୍ରଛାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ।

ଚଳିତବର୍ଷ ଅଗଷ୍ଟ ମାସରେ ହିଞ୍ଜିଳିକାଟୁରୁ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫୦ଟି ସ୍କୁଲ ଲୋକାର୍ପିତ ହୋଇଥିଲା । ପରବର୍ତ୍ତୀ ସମୟରେ ରାଜ୍ୟର 1075ଟି ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ ହୋଇଥିଲା । ୭ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଜିଲ୍ଲାର 142ଟି ରୂପାନ୍ତର ସ୍କୁଲ ଲୋକାର୍ପଣ ହୋଇଥିଲା । ସେହିପରି ଦ୍ବିତୀୟ ଦିନ ଶିଶୁ ଦିବସରେ କେନ୍ଦୁଝରର 100 ସ୍କୁଲ ସହିତ 4ଟି ଜିଲ୍ଲାର 138ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ ହୋଇଥିଲା ।
ନଭେମ୍ବର ମାସ 29 ତାରିଖରେ ଶେଷ ହୋଇଥିଲା ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ । ଅଗଷ୍ଟରୁ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇଥିବା 5-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଲୋକାର୍ପଣ ପର୍ବ ଯାଜପୁର ବିରଜା ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ବିଜୁ ବାବୁଙ୍କ ଜୟନ୍ତୀ 2022 ମାର୍ଚ୍ଚ ସୁଦ୍ଧା 3300 ସ୍କୁଲର ରୂପାନ୍ତରଣ ଲକ୍ଷ୍ୟ ରଖାଯାଇଛି ।
-
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଚିଠି ଲେଖିଲେ କମଲ ହାସନ, "ନିଜ କାମରେ ଧ୍ୟାନ ଦିଅନ୍ତୁ"












Click it and Unblock the Notifications