ପଞ୍ଜାବ, ତେଲେଙ୍ଗାନା ପ୍ରତିନିଧିଙ୍କୁ ପ୍ରଭାବିତ କଲା ଓଡ଼ିଶାର ସୁବାହକ ଯୋଜନା

ଭୁବନେଶ୍ଵର, ତା.୨୬/୦୭/୨୦୨୬: ତେଲେଙ୍ଗାନା ଓ ପଞ୍ଜାବର ପରିବହନ ବିଭାଗୀୟ ପ୍ରତିନିଧୂମଣ୍ଡଳୀ ଗତ ଦୁଇ ଦିନ ଧରି ଓଡ଼ିଶାର ପରିବହନ ସେବା କ୍ଷେତ୍ରର ବିଭିନ୍ନ ଦିଗ ଓ କାର୍ଯ୍ୟ ପ୍ରଣାଳୀ ବାବଦରେ ରାଜ୍ୟ ପରିବହନ ବିଭାଗର ବରିଷ୍ଠ ଅଧିକାରୀଙ୍କଠାରୁ ବିସ୍ତୃତ ଭାବେ ଅବଗତ ହୋଇଛନ୍ତି । ପରିବହନ ସେବା କ୍ଷେତ୍ରରେ ଓଡ଼ିଶାର ବ୍ୟବସ୍ଥା ସେମାନଙ୍କୁ ଖୁବ୍ ପ୍ରଭାବିତ କରିଛି । ସେମାନେ ନିଜ ରାଜ୍ୟରେ ଏଭଳି କାର୍ଯ୍ୟକ୍ରମ ଲାଗୁ କରିବାକୁ ପ୍ରସ୍ତାବ ଦେବେ ବୋଲି ମତ ଦେଇଛନ୍ତି ।

ପ୍ରତିନିଧ୍ଵ ମଣ୍ଡଳୀ ଯାଜପୁର ଜିଲ୍ଲା ଛତିଆସ୍ଥିତ ସରକାରୀ ଓ ଘରୋଇ ସହଭାଗିତାରେ ପ୍ରତିଷ୍ଠିତ ଭାରୀଯାନ ଚାଳନା ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଠାରେ ନିଶୁଳ୍କ ତାଲିମ ପ୍ରଦାନ କ୍ରମେ ଭାରୀଯାନ ଚାଳକଙ୍କ ଦକ୍ଷତା ବୃଦ୍ଧି କରି ସୁବାହକର ମାନ୍ୟତା ପ୍ରଦାନ କରାଯାଏ । ଏହି କେନ୍ଦ୍ର କେବଳ ରାଜ୍ୟରେ ନୁହେଁ, ସାରା ଦେଶରେ ଏକ ମଡେଲ ଭାବରେ ପରିଚିତ ହୋଇଛି । ଏହାର କ୍ୟାମ୍ପସ, ପ୍ରଶିକ୍ଷଣ ପାଇଁ ଆଧୁନିକ ଉପକରଣ, ଶିକ୍ଷାର୍ଥୀଙ୍କ ଗାଡ଼ି ଚାଳନା ଦକ୍ଷତା ଓ ବ୍ୟକ୍ତିତ୍ଵ ବିକାଶ ପାଇଁ ବିଭିନ୍ନ ବ୍ୟବସ୍ଥା ଦେଖି ପ୍ରତିନିଧ୍ଵ ମଣ୍ଡଳୀ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ପ୍ରତିଷ୍ଠାନର ପ୍ରଶିକ୍ଷକ ଓ ଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ପୂରା ବ୍ୟବସ୍ଥାକୁ ବୁଝିଥିଲେ ।ପରେ ସେମାନେ ଚଣ୍ଡିଖୋଲସ୍ଥିତ ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ । ଏଠାରେ ମାନବୀୟ ହସ୍ତକ୍ଷେପକୁ ଏଡ଼ାଇ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିରେ ସ୍ୱଚ୍ଛତା ଆଣିବାକୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ହେଉଛି । ପ୍ରତିନିଧୂମଣ୍ଡଳୀଙ୍କ ସହ ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାର, ଏମଭିଆଇ ପଦ୍ମଜା ମହାନ୍ତି, ଛତିଆ ଆଇଡିଟିଆର୍ ପ୍ରିନ୍ସିପାଲ ସାବ୍ଦିକ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରତିନିଧୂମଣ୍ଡଳୀ ଭୁବନେଶ୍ଵରରେ ଥିବା ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରକୁ ଆସି ରାଜ୍ୟରେ ସଫଳତାର ସହ କାର୍ଯ୍ୟକ୍ଷମ ହୋଇଥବା ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏମଏସ) ଓ ଭେହିକିଲ୍ ଲୋକେସନ ଟ୍ରାକିଂ ଡିଭାଇସ୍ (ଭିଏଲଟିଡି) ସଂପର୍କରେ ବୁଝିଥଲେ । ଏ ସଂକ୍ରାନ୍ତରେ ସେମାନଙ୍କୁ ବିସ୍ତୃତ ରିପୋର୍ଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ପରିବହନ କମିସନର ଦୀପ୍ତିରଂଜନ ପାତ୍ର ପରିଚାଳନା କରିଥିଲେ ।

Odisha s subahaka yojana

ରାଜ୍ୟ ପରିବହନ କମିସନର ଅମିତାଭ ଠାକୁରଙ୍କ ଉପସ୍ଥିତିରେ ଉଭୟ ରାଜ୍ୟର ବରିଷ୍ଠ ପ୍ରତିନିଧୁମାନଙ୍କ ସହ ଆରଟିଓ-୧, ଭୁବନେଶ୍ଵର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ରାଜ୍ୟର ପ୍ରତିନିଧ୍ଵ ଆମ ରାଜ୍ୟରେ ପରିବହନ ସେବା ସଂପର୍କରେ ସେମାନଙ୍କ ମତ ରଖିଥିଲେ । ସଡ଼କ ଦୁର୍ଘଟଣା ହ୍ରାସ କରିବାକୁ ଓଡ଼ିଶା ସରକାରଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପଗୁଡ଼ିକୁ ସେମାନେ ଉଚ୍ଚପ୍ରଶଂସା କରିଛନ୍ତି । ନିଜ ରାଜ୍ୟରେ ଏଭଳି ବ୍ୟବସ୍ଥା ଲାଗୁ କରିବା ପାଇଁ ସେମାନେ ପ୍ରସ୍ତାବ ଦେବେ ବୋଲି କହିଛନ୍ତି । ନିଜ ନିଜ ରାଜ୍ୟରେ କାର୍ଯ୍ୟକାରୀ ହେଉଥ‌ିବା କେତେକ ସଫଳ ପ୍ରୟାସ ସଂପର୍କରେ ସେମାନେ ମଧ୍ୟ ଉଲ୍ଲେଖ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+