Get Updates
Get notified of breaking news, exclusive insights, and must-see stories!

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ, ପ୍ରଦର୍ଶିତ ହେବ ଓଡ଼ିଶାର କଳାକୃତି

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲୀର କର୍ତ୍ତବ୍ୟ ପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବ। ସ୍ବଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ସାମ୍ପ୍ରତିକ ଭାରତକୁ ଆତ୍ମନିର୍ଭର ଭାରତରେ ପରିଣତ କରିବା ଦୃଷ୍ଟିକୋଣକୁ ନେଇ ଚଳିତବର୍ଷ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ 'ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ' ଆଧାରରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ରେ କୃଷିରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଆତ୍ମନିର୍ଭର ଭାରତ ଗଠନରେ ଓଡ଼ିଶାର ଅବଦାନ ଦେଖିବାକୁ ମିଳିବ। ପ୍ରଜ୍ଞାପନ ମେଢ଼ରେ ଓଡ଼ିଶାର କୃଷି ଓ ସାଂସ୍କୃତିକ ସମୃଦ୍ଧିରୁ ଆଧୁନିକ ଶିଳ୍ପ, ଦକ୍ଷତା ବିକାଶ ଏବଂ ନବସୃଜନ ଓ ପ୍ରଯୁକ୍ତିର ଏକ ସମ୍ମିଳିତ ଦୃଶ୍ୟ ଉପସ୍ଥାପନ କରାଯିବ।

Odisha s Pragyapan Medha

ଜାତୀୟ ଦୃଷ୍ଟିକୋଣ ସହ ସମନ୍ବୟ ରଖି ଓଡ଼ିଶା କିପରି ତାହାର ପ୍ରାକୃତିକ ସମ୍ପଦ, ସାଂସ୍କୃତିକ ଐତିହ୍ୟ, ମାନବ ସମ୍ବଳ ଏବଂ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନକୁ ଇନ୍ଧନ ପ୍ରଦାନ କରୁଛି, ତାହା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମାଧ୍ୟମରେ ପ୍ରଦର୍ଶନ ହେବ। ସେହିପରି ଶ୍ରୀଜଗନ୍ନାଥ ରଥର ଭୂମି ଭାବେ ନିର୍ମିତ ପ୍ରଜ୍ଞାପନ ମେଢ଼ର ସମ୍ମୁଖ ଭାଗ ଉପରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଥିବାବେଳେ ଓଡ଼ିଶାର ଅନନ୍ୟ ସ୍ଥାପତ୍ୟ ଓ କାଳଜୟୀ କଳାତ୍ମକ ଐତିହ୍ୟର ପ୍ରଦର୍ଶନ ସ୍ବରୂପ କୋଣାର୍କ ସୂର୍ଯ୍ୟମନ୍ଦିରର ଏକ ପ୍ରତିରୂପ ସ୍ଥାନ ପାଇବ। ସମ୍ବଲପୁରୀ ବସ୍ତ୍ର ଆଚ୍ଛାଦିତ ପ୍ରଜ୍ଞାପନ ମେଢ଼ର ଉଭୟ ପାର୍ଶ୍ୱରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୁପା ତାରକସି କାରୁକାର୍ଯ୍ୟ, ଓଡ଼ିଶାର ଗଭୀର ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳନ କରାଯିବ।
ପ୍ରାଚୀନ ଷୋଡ଼ଶ ଶତାବ୍ଦୀରୁ ଅଦ୍ୟାବଧି ଲୋକପ୍ରିୟ ଥିବା ଓଡ଼ିଶାର ଅନ୍ୟତମ ଲୋକନୃତ୍ୟ ଚଇତିଘୋଡ଼ା ଗୀତ ଓ ନୃତ୍ୟ ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ପ୍ରଜ୍ଞାପନ ମେଢ଼ର ଉଭୟ ପାର୍ଶ୍ୱରେ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ, ନଭେମ୍ବର ୧୧ରୁ ଡିସେମ୍ବର ୨୨ ମଧ୍ୟରେ ୫ଟି ପର୍ଯ୍ୟାୟରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ମନୋନୀତ ବିଶେଷଜ୍ଞ କମିଟି ପର୍ଯ୍ୟାଲୋଚନା କରାଯାଇଥିଲା। ଏହାପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଆଗାମୀ ସାଧାରଣତନ୍ତ୍ର ଦିବସରେ ନୂଆଦିଲୀର କର୍ତ୍ତବ୍ୟ ପଥରେ ପ୍ରଦର୍ଶନ ହେବା ନେଇ ସୋମବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଏଠାରେ ଉଲ୍ଲେଖ ଥାଉକି, ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଦିଲ୍ଲୀରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇ ନ ଥିଲା। ତେବେ ୨୦୨୪ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ସ୍ଥାନ ଅଧିକାର କରିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+