ନନ୍ଦନକାନନରେ ୫ ନୂଆ ଅତିଥି

ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୃଦ୍ଧି ପାଇଲା ସିଂହ/ସିଂହୀଙ୍କ ସଂଖ୍ୟା। କାରଣ ଆଜି ୫ ଶାବକଙ୍କୁ ଜନ୍ମ ଦେଇଛି ସିଂହୀ ବିଜ୍‌ଲୀ। ସିଂହୀ ବିଜିଲି ଏବଂ ସିଂହ ରାଜେଶର ମିଳନରୁ ବିଜିଲି ୫ ଶାବକ ଜନ୍ମ ଦେବା ଫଳରେ ଏସୀୟ ସିଂହଙ୍କ ସଂଖ୍ୟା ମଧ୍ୟ ୧୮କୁ ବୃଦ୍ଧି ପାଇଛି। ଏହା ସହିତ ନନ୍ଦନକାନନର ମୋଟ ସିଂହ ସଂଖ୍ୟ ୨୫କୁ ବୃଦ୍ଧି ହୋଇଛି। ଚତୁର୍ଥ ଥର ପାଇଁ ମାଆ ହେଲା ସିଂହୀ ବିଜିଲୀ ।

୯ବର୍ଷ ବୟସରେ ଇନ୍ଦୋର ଚିଡ଼ିଆଖାନାରୁ ଆସିଥିବା ବିଜ୍‌ଲୀ ଓ ସମ୍ରାଟ ମିଳନରେ ୫ଟି ଶାବକ ଜନ୍ମ ଦେଇଛି ବିଜ୍‌ଲୀ। ବର୍ତ୍ତମାନ ସମସ୍ତ ଶାବକଙ୍କୁ ବିଜ୍‌ଲୀ ନିଜେ ଯତ୍ନ ନେଉଥିବା ବେଳେ ଖୁଆଡକୁ ସିସିଟିଭି ସର୍ଭେଲାନ୍ସରେ ରକ୍ଷା ଯାଇଛି। ଏକ ବିଶେଷ ଡାକ୍ତରୀ ଟିମ୍ ବିଜ୍‌ଲୀ ଏବଂ ତାର ଶାବକ ଉପରେ ତୀକ୍ଷ୍ମ ନଜର ରଖିଛନ୍ତି କର୍ତ୍ତୃପକ୍ଷ।

nandankanan

୨୦୨୦ରେ ଇନ୍ଦୋର ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିଥିଲା ବିଜ୍‌ଲୀ। ତାକୁ ଏବେ ୯ ବର୍ଷ ହୋଇଛି। ସେ ଚତୁର୍ଥ ଥର ପାଇଁ ମା' ହୋଇଛି। ୨୦୨୧ରେ ସେ ପ୍ରଥମ ଥର ମା' ହୋଇଥିଲା। ସେତେବେଳେ ସେ ୩ଟି ଶାବକ ଜନ୍ମ ଦେଇଥିଲା। ସେଥିରୁ ଦୁଇଟି ମରି ଯାଇଥିଲେ। କେବଳ ବର୍ଷା ବଞ୍ଚିଥିଲା।

୨୦୨୨ ମାର୍ଚ୍ଚରେ ପୁଣି ମା' ହୋଇଥିଲା ବିଜ୍‌ଲୀ। ସେ ଗୋଟିଏ ଛୁଆ ଜନ୍ମ କରିଥିଲା। ସେ ବଞ୍ଚିଛି। ତା' ନାଁ କାମିନୀ। ୨୦୨୨ରେ ନଭେମ୍ବରରେ ତୃତୀୟ ଥର ପାଇଁ ମା' ହୋଇଥିଲା ବିଜ୍‌ଲୀ। ସେଥର ସେ ୫ଟି ଛୁଆ ଜନ୍ମ କରିଥିଲା। ସେଥିରୁ ଗୋଟିଏ ମରି ଯାଇଥିଲା। ବାକି ୪ଟି ବଞ୍ଚିଥିଲେ। ସେଥିରୁ ଦୁଇଟିକୁ ଅଲିପୁର ଚିଡ଼ିଆଖାନାକୁ ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+