ରାଜ୍ୟର ସବୁଠାରୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍ ଲୋକାର୍ପିତ
Joda Flyover: ଯୋଡ଼ାରେ ଓଡ଼ିଶାରେ ସବୁଠାରୁ ଲମ୍ବା ଫ୍ଲାଏ ଓଭରବ୍ରିଜ୍ ଲୋକାର୍ପିତ ହୋଇଛି । କେନ୍ଦୁଝର ଯୋଡ଼଼ା ସହରରେ ରାଜ୍ୟରେ ଦୀର୍ଘତମ ଫ୍ଲାଏ ଓଭର ବ୍ରିଜରର ଆଜି ପୂର୍ବାହ୍ନରେ ଭିଡିଓ କମଫରେନ୍ସ ମାଧ୍ୟମରେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫୦ କୋଟି ବ୍ୟୟ ଅଟକଳରେ ୨.୯ କି.ମିର ଏହି ଦୀର୍ଘତମ ଫ୍ଲାଏଭର ବ୍ରିଜର ଆରମ୍ଭ ୨୦୨୦ରେ ଆରମ୍ଭ ହୋଇଥିଲା ।

ସୂଚନାଥାଉ ଯେ, ୨୫୦ କୋଟି ବ୍ୟୟରେ ନିର୍ମିତ ଏହି ଫ୍ଲାଏଓଭର ବ୍ରିଜର ନିର୍ମାଣ ୨୦୨୦ରେ ଆରମ୍ଭ ହୋଇଥିଲା । ଏହି ଫ୍ଲାଏଓଭର ବ୍ରିଜର ଲମ୍ବ ୨.୯୮ କି.ମି. ଏବଂ ଓସାର ସାଢ଼େ ପାଞ୍ଚ ମିଟର ରହିଛି ଏହା ତିନି ଲେନ୍ ବିଶିଷ୍ଟ ଲେନ୍ । ଏନ୍ଏଚ୍ ୫୨୦ର ରଣାଶାଳ ଛକଠାରୁ କମାରଯୋଡ଼ା ପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ସହିତ ଏହାର ଲମ୍ବ ୪.୪୮୭ କି.ମି.।
ତେବେ ଏହି ପ୍ଲାଏଓଭର ବ୍ରିଜ୍ ହେବା ଦ୍ୱାରା ଯୋଡ଼ାବାସୀଙ୍କ ଯାତାୟତାରେ ସହାୟକ ହେବା ସହ ଖଣିଜ ପଜାର୍ଥ ଟ୍ରକ ଗୁ଼ଡିକ ଏଣିକି ଫ୍ଲାଏଓର ବ୍ରିଜ୍ ଉପରେ ଦେଇ ଯାତାୟତ କରିବ ।












Click it and Unblock the Notifications