ନିଲମ୍ବିତ ହେଲେ ଗୋଲାମୁଣ୍ଡା ବିଡ଼ିଓ ଅକ୍ଷମିତା କାର୍ତିକ

ଭୁବନେଶ୍ୱର: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବିତ କରାଯାଇଅଛି । କୋରାପୁଟ ଦୁର୍ନୀତି ନିବାରଣ ଥାନା ମାମଲା ସଂଖ୍ୟା ୧୪, ତା. ୦୨. ୦୮. ୨୦୨୪ ରେ ସମ୍ପୃକ୍ତି ଥିବା ହେତୁ ତାଙ୍କୁ କୋରାପୁଟ ଦୁର୍ନୀତି ନିବାରଣ ଦ୍ୱାରା ୦୨. ୦୮. ୨୦୨୪ ରେ ଗିରଫ କରାଯିବା ପରେ ୧୪.୦୮.୨୦୨୪ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ତିକଙ୍କ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରାଯାଇଛି। ଓଡ଼ିଶା ସିଭିଲ ସେବା (ବର୍ଗୀକରଣ, ନିୟନ୍ତ୍ରଣ ଓ ଅପିଲ) ନିୟମାବଳୀ, ୧୯୬୨ ଅନ୍ତର୍ଗତ ନିୟମ ୧୨(୨) ଦ୍ୱାରା ପ୍ରଦତ୍ତ କ୍ଷମତା ମାଧ୍ୟମରେ କାର୍ତିକଙ୍କୁ ନିଲମ୍ବନ କରାଯାଇଛି ।

Golamunda BDO

ଏହି ନିଲମ୍ବନ ଆଦେଶ ବଳବତ୍ତର ଥିବା ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ପରିଷଦଙ୍କ କାର୍ଯ୍ୟାଳୟକୁ କାର୍ତିକଙ୍କ ସଦର ମହକୁମା ସ୍ଥିର କରାଯାଇଛି। ନିଲମ୍ବନ ଅବଧିରେ ସେ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରଶାସନିକ ନିୟନ୍ତ୍ରଣରେ ରହିବେ ତାଙ୍କର ପ୍ରାକ ଅନୁମତି ବିନା ସଦର ମହକୁମା ଛାଡ଼ିବେ ନାହିଁ ବୋଲି ନିର୍ଦେଶ ଜାରି କରାଯାଇଛି।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷମିତା କାର୍ତ୍ତିକ ତାଙ୍କ ସରକାରୀ ଗାଡିରେ ୭ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଂ ନିକଟରେ ମାଡି ବସିଥିଲା ଭିଜିଲାନ୍ସ ବିଭାଗର ୧୫ ଜଣିଆ ସ୍ବତନ୍ତ୍ର ଟିମ୍ । ଗାଡିରେ ଥିବା ନଗଦ ୭ ଲକ୍ଷ ଟଙ୍କା ଜବତ କରିବା ସହ ବିଡ଼ିଓ ଅକ୍ଷୟମିତା କାର୍ତ୍ତିକଙ୍କୁ ପଚରାଉଚୁରା କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+