Get Updates
Get notified of breaking news, exclusive insights, and must-see stories!

ଓଡିଶାରୁ ସୁଦୂର ଦୁବାଇ ଗଲା ଓଡ଼ିଶାର ରସୁଣ ଓ ବିମ୍ସ

ଥର ଦୁବାଇରେ ପାଇବେ ଓଡ଼ିଶା ରସୁଣ ଓ ବିନ୍ସରେ ସ୍ୱାଦ। କାହିଁକିନା ପ୍ରଥମ ଥର ପାଇଁ ଦୁବାଇ ଗଲା ଓଡ଼ିଶା ରସୁଣ ଓ ବିନ୍ସ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କାର୍ଗୋ ମାଧ୍ୟମରେ ଦୁବାଇକୁ ତାଜା ପରିବା ରପ୍ତାନି କରାଯାଇଛି । ତେବେ କଳାହାଣ୍ଡି ଏବଂ ନବରଙ୍ଗପୁରର ଚାଷୀଙ୍କ ଦ୍ୱାରା ଉତ୍ପାଦିତ କେବଳ ରସୁଣ କିମ୍ବା ବିନ୍ସ ନୁହଁ, କୁନି ଆଳୁ, କୁନ୍ଦୁରି, ପୋଟଳ ଓ ଅମୃତଭଣ୍ଡା ସମେତ ହଜାରେ କେଜି ତାଜା ପରିବା ପଠାଯାଇଛି । ରାଜ୍ୟ ଉଦ୍ୟାନକୃଷି ବିଭାଗ ଗେଟ୍ସ ଫାଉଣ୍ଡେସନ ସହାୟତାରେ କୃଷକ ଉତ୍ପାଦକ ସଂଗଠନକୁ ପ୍ରୋତ୍ସାହନ ଯୋଗାଇବା ଦ୍ୱାରା ଏହି ସଫଳତା ସମ୍ଭବ ହୋଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।

garlic

ଅପରପକ୍ଷେ ଚାଷୀମାନଙ୍କ ଉତ୍ପାଦିତ ସାମ୍ରଗୀକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ପାଇଁ ଏଗ୍ରି ବିଜନେସ୍ ଷ୍ଟାର୍ଟଅପ୍ ଭିଲା ମାର୍ଟ ପ୍ରାଇଭେଟ୍ ଲିମିଟେଡକୁ ଦାୟିତ୍ୱ ଦିଆଯାଇଛି । ଯାହା ଦ୍ୱାରା ଓଡ଼ିଶାରୁ ସାରା ବିଶ୍ୱକୁ କୃଷି ଉତ୍ପାଦ ସାମଗ୍ରୀ ରପ୍ତାନି ପାଇଁ ନୂଆ ପଥ ଖୋଲିଛି । ତେବେ ଦୁବାଇକୁ ସାମଗ୍ରୀ ପଠାଯିବା ବେଳେ ଭିଲାମାର୍ଟର ପ୍ରତିଷ୍ଠାତା ଏବଂ ସିଇଓ ଡକ୍ଟର ରମେଶ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଚାଷୀଙ୍କ ପାଇଁ ନୂଆ ରାସ୍ତା ପ୍ରଶସ୍ତ ହୋଇଛି । ଚାଷୀମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀର ମୋଟା ଅଙ୍କର ଦାମ ପାଇପାରିବେ । ତେବେ ରାଜ୍ୟରେ କୃଷକମାନଙ୍କ ଆୟ ବୃଦ୍ଧି କରିବା ସହିତ ନୂଆ କୃଷି ରପ୍ତାନି ନୀତି ପ୍ରସ୍ତୁତ କରିବାରେ ସହାୟକ ହେବ । ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ଦୃଷ୍ଟିକୋଣକୁ ସଫଳ କରିପାରିବ । ଓଡ଼ିଶା ପରିବା ଦୁବାଇଠକୁ ପଠାଯିବା ବେଳେ ଅତିରିକ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ କୁଞ୍ଜ ବିହାରୀ ମିଶ୍ର, ଭିଲାମାର୍ଟର ପ୍ରତିଷ୍ଠାତା ଏବଂ ସିଇଓ ଡ. ବିଶ୍ୱାଳ ଏବଂ ପାଲାଡିୟମ୍ ଇଣ୍ଡିଆର କୃଷି ବ୍ୟବସାୟ ବିଶେଷଜ୍ଞ ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ବିମାନବନ୍ଦରରେ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+