ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ, ଭୁବନେଶ୍ୱର ଘରୋଇ ଡାକ୍ତରଖାନାରେ ଚାଲିଛି ଚିକିତ୍ସା
ଭୁବନେଶ୍ୱର: ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କ ଚିକିତ୍ସା ଜାରି ରହିଛି । ଗତକାଲି ସେ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ହେଲେ ଘରକୁ ଫେରିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ । ଯାହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ସୂଚନା ଅନୁସାରେ, ଶ୍ରୀ ମହାନ୍ତିଙ୍କୁ ମାଇଲଡ୍ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିବା ଜଣାପଡିଛି । ତାଙ୍କ ଆବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି । ପୂର୍ବତନ ବାତସ୍ପତି ମହେଶ୍ୱର ମହାନ୍ତି ଅସୁସ୍ଥ ଖବର ଶୁଣି ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଏବଂ କର୍ମୀ ଘରୋଇ ଡାକ୍ତରଖାନାରେ ଯାଇ ତାଙ୍କୁ ଭେଟିଛନ୍ତି । ସେହିପରି ତାଙ୍କ ପୁରୀ ବାସଭବନ ନିକଟରେ ଶତାଧିତ କର୍ମୀ ପହଞ୍ଚିଛନ୍ତି ।













Click it and Unblock the Notifications