ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ, ଝିଅ ଆହତ

ରବିବାର ସଡ଼କ ଦୁର୍ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ସ୍ତ୍ରୀ, ଝିଅ କାର୍‌ରେ ଆସୁଥିବାବେଳେ ଆଉ ଏକ କାର୍‌ ସହ ଧକ୍କା ହୋଇଥିଲା । ଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ଏବଂ ଝିଅ ଆହତ ହୋଇଛନ୍ତି । ଏନ୍‌ଏଚ୍‌ ୫୫ ହଣ୍ଡପା ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁଇ ଜଣଙ୍କୁ ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

accident

ସୂଚନା ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପତ୍ନୀ ଉର୍ମିଳା ବିଶ୍ୱାଳ, ଝିଅ ଅମିତା ବିଶ୍ୱାଳ ଓ ନାତୁଣୀ ଏକ କାରରେ ଝାରସୁଗୁଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ । ଆଗରେ ଥିବା ଚଳନ୍ତା କାରକୁ ପଛରୁ ଧକ୍କା ଦେଇଥିଲା ଦ୍ରୁତଗତିରେ ଥିବା ଏହି କାର୍ ।ଆଗ କାରଟି କୌଣସି କାରଣବଶତଃ ହଠାତ୍ ବ୍ରେକ ଦେବାରୁ ପଛ କାର ତାକୁ ଧକ୍କା ଦେଇଥିଲା । ଫଳରେ କାରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଓ ଝିଅ ଆଘାତପ୍ରାପ୍ତ ହୋଇଥିଲେ । ତୁରନ୍ତ ସେମାନଙ୍କୁ ପୋଲିସ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନେ ବିପଦମୁକ୍ତ ଥିବାର ଡାକ୍ତରଖାନା ପକ୍ଷରୁ କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+