ଓଡିଶାର ଅର୍ଥନୀତି ୫୦୦ ବିଲିଅନ ଡଲାର ଛୁଇଁବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି, ଯାହା ଓଡ଼ିଶାର ଦଶା ଓ ଦିଶାକୁ ନିଶ୍ଚିତ ଭାବରେ ପରିବର୍ତ୍ତନ କରିବ। ଉତ୍କଳ ଚାମ୍ୱର୍‌ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (UCCIL) ପକ୍ଷରୁ ଅନୁଷ୍ଠିତ 'ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌'କୁ ଉଦ୍‌ଘାଟନ କରି ମଙ୍ଗଳବାର ସେ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଓଡ଼ିଶାର ଅର୍ଥନୀତି ପ୍ରାୟ ୧୨୦ ବିଲିୟନ ଡଲାର ଅଟେ। ଏହାକୁ ୨୦୩୬ ସୁଦ୍ଧା ୫୦୦ ବିଲିୟନ୍‌ ଡଲାରରେ ପହଞ୍ଚାଇବା ପାଇଁ ଆମକୁ ଆସନ୍ତା ୧୦-୧୧ ବର୍ଷରେ ପ୍ରାୟ ପାଞ୍ଚ ଗୁଣା ଅଭିବୃଦ୍ଧି ଦରକାର।

ଏହି ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି, ଶିଳ୍ପ ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ବିନିଯୋଗ ହୋଇଛି, ଯେଉଁଥିରେ ୮୪ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ୧.୬୪ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଭୁବନେଶ୍ୱରକୁ ଆଇଟି କ୍ଷେତ୍ରର କେନ୍ଦ୍ର କରିବା ପାଇଁ ଫିନ୍‌ଟେକ୍ ଓ ଇନ୍‌ସୁରଟେକ୍ କମ୍ପାନୀ ସ୍ଥାପନ କରାଯାଉଛି। ବୃହତ ଆଇଟି ଫାର୍ମ ସହ ଦୁଇଟି ସେମିକଣ୍ଡକ୍ଟର ଶିଳ୍ପ ମଧ୍ୟ ପ୍ରତିଷ୍ଠା କରାଯାଉଛି। କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ ରୋଡ୍ କଟକ-ଭୁବନେଶ୍ୱର ଯାଆଁଳା ସହରର ବଡ଼ ଧରଣର ସମ୍ପ୍ରସାରଣରେ ସହାୟକ ହେବ।

cm majhi
ମୁଖ୍ୟମନ୍ତ୍ରୀ Indian Oil Corporation ର ୮୦,୦୦୦ କୋଟି ଟଙ୍କାର ପେଟ୍ରୋକେମିକାଲ୍ ବିନିଯୋଗ ଏବଂ ଜାହାଜ ନିର୍ମାଣ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ୫୦,୦୦୦ କୋଟି ଟଙ୍କାର ବିନିଯୋଗ ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି ଯେ, ଓଡ଼ିଶା ଶୀଘ୍ର ଦେଶର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୈତିକ ରାଜ୍ୟ ମଧ୍ୟରେ ସାମିଲ ହେବ ଏବଂ ୨୦୩୬ ସୁଦ୍ଧା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+