ଭାରତ ନିର୍ବାଚନ କମିଶନଙ୍କ ବିଏଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍ଓ ମାସ୍କଟ ‘ମିତା ଦିଦି’
ଭୁବନେଶ୍ୱର,୧୮/୦୩/୨୦୨୪: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍ଓ ମାସ୍କଟ (BLO ICON-Mita Didi) 'ମିତା ଦିଦି'କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲ୍ଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲ୍ଓ ମାସ୍କଟ 'ମିତା ଦିଦି' ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍ଓ ମାସ୍କଟ ପାଲଟିଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧ୍ୟାକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲ୍ଓମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ନିର୍ବାଚନ ପ୍ରକ୍ରିୟାରେ ବିଏଲ୍ଓ (ବୁଥ୍ ଲେବୁଲ୍ ଅଫିସର ବା ବୁକ୍ସ୍ତରୀୟ ଅଧିକାରୀ)ମାନଙ୍କର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଭୋଟର ତାଲିକା ସଂଶୋଧନ ଏବଂ ନିର୍ବାଚନ ପରିଚାଳନା ପ୍ରକ୍ରିୟାରେ ତୃଣମୂଳ ସ୍ତରରେ ବୁଥ୍ରୀୟ ଅଧ୍ଯକାରୀମାନେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତୁଲାଇଥା'ନ୍ତି । ବାହାରକୁ ଜଣାପଡୁ ନଥୁଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟାର ସଫଳ ରୂପାୟନ ପାଇଁ ଗୁରୁ ଦାୟିତ୍ଵ ବହନ କରୁଥିବାରୁ ସେମାନଙ୍କୁ ନିର୍ବାଚନର 'ଅକୀର୍ତ୍ତିତ ନାୟକ' ଭାବେ ଅଭିହିତ କରାଯାଏ । ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ଶକ୍ତିଶାଳୀ କରିବାରେ ବିଏଲ୍ଓମାନଙ୍କ ଦାୟିତ୍ଵକୁ ଭୂୟସୀ ପ୍ରଶଂସା କରି ମୁଖ୍ୟ ମୁଖ୍ୟ ନିର୍ବାଚନ ଅଧ୍ବକାରୀ ଶ୍ରୀ ଧଳ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନରେ ସମସ୍ତ ବୁଥସ୍ତରୀୟ ଅଧିକାରୀମାନେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବେ ବୋଲି ପ୍ରେରିତ କରିଛନ୍ତି ।

ବର୍ତ୍ତମାନ ଓଡ଼ିଶାର 'ମିତା ଦିଦି' ସମଗ୍ର ଦେଶର ବୁକ୍ସ୍ତରୀୟ ଅଧିକାରୀଙ୍କ ପ୍ରତିନିଧ୍ ପାଲଟିଛି । ନିର୍ବାଚନ କମିଶନଙ୍କ ବୁଥସ୍ତରୀୟ ଅଧିକାରୀ ପତ୍ରିକାର ଦଶମ ସଂସ୍କରଣରେ 'ମିତା ଦିଦି' ସ୍ଥାନ ପାଇବା ସମସ୍ତ ବୁଥ୍ୟସ୍ତରୀୟ ଅଧିକାରୀ ତଥା ସମଗ୍ର ରାଜ୍ୟ ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏହା ସମସ୍ତ ବୁଥ ସ୍ତରୀୟ ଅଧିକାରୀଙ୍କୁ ନିଜର ଦାୟିତ୍ଵ ନିର୍ବାହ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟ ନିର୍ବାଚନ ଅଧ୍ବକାରୀ ଶ୍ରୀ ଧଳ ମତବ୍ୟକ୍ତ କରିଛନ୍ତି ।












Click it and Unblock the Notifications