ବିଶ୍ୱର ୧୦ ଉତ୍ତପ୍ତ ସ୍ଥାନ ମଧ୍ୟରେ ରହିଛି ଓଡ଼ିଶାର ୩ ସହର
Odisha Weather: ବିଶ୍ୱର ୧୦ ଉତ୍ତପ୍ତ ସ୍ଥାନ ମଧ୍ୟରେ ରହିଛି ଓଡ଼ିଶାର ୩ ସହର । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ, ଦ୍ୱିତୀୟ ସ୍ଥାନରେ ବାରିପଦା, ତୃତୀୟ ସ୍ଥାନରେ ବାଲେଶ୍ୱର ଏବଂ ଦଶମ ସ୍ଥାନରେ ରହିଛି ରାଜ୍ୟର ରାଜଧାନୀ ଭୁବନେଶ୍ୱର । ସେହିପରି ବିଶ୍ୱରର ସବୁଠାରୁ ଉତ୍ତପ୍ତ ସହରର ପ୍ରଥମ ସ୍ଥାନରେ ରହିଛି ଓମାନର ଜୋବା, ଯେଉଁଠି ଆଜିର ତାପମାତ୍ରା ୪୯.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ରିପୋର୍ଟ ଅନୁସାରେ, ପୃଥିବୀର ସବୁଠାରୁ ଉତ୍ତପ୍ତ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶାର ବାରିପଦା । ଯେଉଁଠି ଆଜିର ତାପମାତ୍ରା ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି, ସେହିପରି ତୃତୀୟ ସ୍ଥାନରେ ରହିଛି ବାଲେଶ୍ୱର ଯାହାର ତାପମାତ୍ରା ୪୬.୦ ଡିଗ୍ରୀ ରେକର୍ଡ କରାଯାଇଛି ।
ପୃଥିବୀର ପ୍ରଥମ #10ଟି ଉତ୍ତପ୍ତ ସହର ମଧ୍ୟରେ #ବାରିପଦା ଦ୍ୱିତୀୟ, #ବାଲେଶ୍ୱର ତୃତୀୟ ଏବଂ #ଭୁବନେଶ୍ୱର 10ମ ଉତ୍ତପ୍ତ ସହର
Source:#Ogimet pic.twitter.com/PtemrTlS5v
— usd (@usd0705) April 30, 2024
ସେହିପରି ଚତୁର୍ଥ ସ୍ଥାନରେ ରହିଛି ଆଫ୍ରିକାର ନଦଜାମେନା । ପଞ୍ଚମ ସ୍ଥାନରେ ମିଆଁମାରର ଚୌକା, ଷଷ୍ଠ ସ୍ଥାନରେ ରହିଛି ନାଇଜର ବିଲମା,ସପ୍ତମ ସ୍ଥାନରେ ଝାରଖଣ୍ତର ଜାମସେଦପୁର, ଅଷ୍ଟମ ସ୍ଥାନରେ ପଶ୍ଚିମବଙ୍ଗର ମେଦିନାପୁର, ନବମ ସ୍ଥାନରେ ନାଇଜରର ଗୁଜଗମି ଏବଂ ଦଶମ ସ୍ଥାନରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଯେଉଁଠିକାର ତାପମାତ୍ରା ୪୫.୪ ଡିଗ୍ରୀ ରେକର୍ଡ କରାଯାଇଛି ।












Click it and Unblock the Notifications