Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତିଙ୍କ ସୁରକ୍ଷାରେ ସାଂଘାତିକ ତ୍ରୁଟି, ହେଲିକପ୍ଟର ସହ ସେଲ୍‌ଫି ନେଲେ ସ୍ଥାନୀୟ ଯୁବକ

ବାରିପଦା: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଗୋଟିଏ ପରେ ଗୋଟିଏ ତ୍ରୁଟି ସାମ୍ନାକୁ ଆସୁଛି । ଗତକାଲି ଭାଷଣ ଦେବା ବେଳେ ଲାଇନ କଟି ଯାଇଥିଲା ଅନ୍ଧାରରେ ଭାଷଣ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଉ ଆଜି ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଉଲ୍ଲଂଘନ ନେଇ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି ।

ଜଣେ ବ୍ୟକ୍ତି ରାଷ୍ଟ୍ରପତିଙ୍କ ହେଲିକପଟର ସହିତ ସେଲଫି ଉଠାଇଛନ୍ତି । ତାକୁ ପୁଣି ଫେସବୁକରେ ପୋଷ୍ଟ କରିଛନ୍ତି । ଗତ ଶୁକ୍ରବାର ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନରେ ଯାଇଥିଲେ ରାଷ୍ଟ୍ରପତି । ଯଶୀପୁର ନିକଟ ଛେଳି ଗୁଦୁଲିରେ ହେଲିପ୍ୟାଡରେ ଅବତରଣ କରି ସେ ସଡ଼କ ପଥରେ ଅଭୟାରଣ୍ୟ ଭିତରକୁ ପ୍ରବେଶ କରିଥିଲେ । ଏହି ସମୟରେ ହେଲିପ୍ୟାଡରେ ଥିବା ଗୋଟିଏ ହେଲିକପଟର ସହିତ ଫଟୋ ଉଠାଇଛନ୍ତି ଡିଉଟିରେ ଥିବା ଜଣେ ଫାର୍ମାସିଷ୍ଟ । ତାଙ୍କ ନାଁ ହେଲେ ଯଶୱନ୍ତ ବେହେରା ।

President Draupadi Murmu

ଯଶୱନ୍ତ ହେଲିପ୍ୟାଡ ଡିଉଟିରେ ଥିଲେ । ସୁରକ୍ଷା ବଳୟ ଭାଙ୍ଗି ସେଲଫି ନେଇଛନ୍ତି, ତାକୁ ପୁଣି ଫେସବୁକରେ ଛାଡ଼ିଛନ୍ତି । ଘଟଣା ପ୍ରଘଟ ହେବା ପରେ ଫେସବୁକରୁ ତାକୁ ଡିଲିଟ କରି ଦେଇଛନ୍ତି ଯଶବନ୍ତ ବେହେରା । ଅନ୍ୟପଟେ ଫାର୍ମାସିଷ୍ଟ ଜଣକ ସଫେଇ ଦେଇଛନ୍ତି, ରାଷ୍ଟ୍ରପତି ଆସିଥିବାରୁ ସ୍ମୃତି ପାଇଁ ସେ ଏହି ସେଲଫି ଉଠାଇଥିଲେ ।

ହେଲେ ଏଠି ପ୍ରଶ୍ନ ଉଠୁଛି, ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଏଭଳି ତ୍ରୁଟି କାହିଁକି? ଏଥିପାଇଁ ଦାୟୀ କିଏ ? ଅନ୍ୟପକ୍ଷରେ ସ୍ଥାନୀୟ ତହସିଲଦାର କହିଛନ୍ତି ଯେ ସେମାନେ ସମସ୍ତେ ଖାଇବାକୁ ଯାଇଥିବା ବେଳେ ଫାର୍ମାସିଷ୍ଟ ଯଶବନ୍ତ ବେହେରା ହେଲିକପ୍ଟର ସହିତ ସେଲ୍‌ଫି ନେଇଛନ୍ତି । ଘଟଣାଟି ସାମ୍ନାକୁ ଆସିବା ପରେ ମୟୂରଭଞ୍ଜ ଏସ୍‌ପି କହିଛନ୍ତି ଯେ ଏହାର ତଦନ୍ତ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+